ମାଟ୍ରିମୋନିଆଲ୍ େୱବ୍ସାଇଟ୍ ଶାଦି ଡଟ୍ କମ୍ରୁ ସ୍କିନ୍ କଲର୍ ଫିଲ୍ଟକୁ ହଟାଇ ଦିଆଯାଇଛି । ବିବିସିର ଏକ ରିପୋର୍ଟ ଅନୁଯାୟୀ ଏ ସାଇଟ୍ ଲୋକଙ୍କ ସ୍କିନ୍ କଲର୍ ଆଧାର ଅନୁସାରେ ପାର୍ଟନର ଖୋଜିବାର ସୁଯୋଗ ଦେଉଥିଲା । ଆମେରିକାର ହେତଲ୍ ଲଖାନି ଏହା ବିରୋଧରେ ଅନ୍ଲାଇନ୍ ପିଟିସନ୍ ଆରମ୍ଭ କରିବାରୁ ସ୍କିନ୍ ଫିଲ୍ଟରକୁ ସଂପୃକ୍ତ କମ୍ପାନି ହଟାଇ ଦେଲା । ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍ଙ୍କୁ ଜଣେ ଶେ୍ୱତାଙ୍ଗ ପୋଲିସ୍ ଅିକାରୀ ଗତମାସରେ ବର୍ବରୋଚିତ ନିର୍ଯ୍ୟାତନା ଦେଇ ହତ୍ୟା କରିବା ପରଠାରୁ ପୃଥିବୀବ୍ୟାପୀ ଚାଲିଥିବା ଆଣ୍ଟି-ରେସିଜିମ୍ ଅଭିଯାନ ପରିପ୍ରେକ୍ଷୀରେ ଏହା ଏକ ବଡ଼ ଘଟଣା । ପୂର୍ବରୁ ଏ ସାଇଟ୍ରେ ଯୋଡ଼ି ହୋଇ ପସନ୍ଦ ମୁତାବକ ପାର୍ଟନର୍ ପାଇବା ପାଇଁ ୟୁଜର୍ଙ୍କୁ ଫଟୋରେ ନିଜ ସ୍କିନ୍ ଟୋନ୍ ବଦଳାଇବାକୁ ପଡୁଥିଲା । ଅର୍ଥାତ୍ ସ୍କିନ୍ ଟୋନ୍ ଅନୁସାରେ ୟୁଜର୍ ପାର୍ଟନର୍ ସର୍ଚ୍ଚ କରୁଥିଲେ । ଅବଶ୍ୟ ସ୍କିନ୍ ଟୋନ୍ ବାଦ୍ ଅନ୍ୟାନ୍ୟ ଅପ୍ସନ୍ ରହିଛି । ହେତଲଙ୍କ ପିଟିସନ୍ରେ ୧୬୦୦ରୁ ଅଧିକ ଲୋକ ଦସ୍ତଖତ କରିଥିଲେ । ଅଧିକାଂଶ ଭାରତୀୟ ଫିଲ୍ଟର୍ ବ୍ୟବହାର କରନ୍ତି । ତ୍ୱଚା ରଙ୍ଗ ପାଇଁ ଭାରତୀୟମାନେ ବେଶି ଚିନ୍ତିତ । ଅଧିକାଂଶ ଭାରତୀୟଙ୍କ ରଙ୍ଗ ଶ୍ୟାମଳ, ଗୋରା ରଙ୍ଗ ପାଇଁ ସେମାନେ ଅଧିକ ବ୍ୟାକୁଳ ।