ନୂଆଦିଲ୍ଲୀ /ଭୁବନେଶ୍ୱର : କୁହା ଯାଇଥାଏ ଅସୁବିଧା ସମୟରେ ଯିଏ ଅପାଙ୍କ ସହିତ ଠିଆ ହୋଇଛି ସେହିଁ ଅପାଙ୍କ ପ୍ରକୃତ ବନ୍ଧୁ l ଭାରତ ଓ ଚୀନ ମଧ୍ୟରେ ବର୍ତମାନ ଉତେଜନା ପୂର୍ଣ୍ଣ ପରିସ୍ଥିତି ଚାଲିଛି ,ଏହି ସମୟରେ ଭାରତର ପୁରୁଣା ବନ୍ଧୁ ରୁଷ ଭାରତ ସାଙ୍ଗରେ ଠିଆ ହୋଇଛି l ଭାରତର ରକ୍ଷା ମନ୍ତ୍ରୀ ବର୍ତ୍ତମାନ ରୁଷ ଗସ୍ତରେ ଯାଇଛଛନ୍ତି ,ଏହି ସମୟରେ ରୁଷ କଥା ଦେଇଛିଯେ ଯଥା ସମ୍ଭବ ସାହାଯ୍ୟ କରିବା ଯେଉଁଥିରେ ଅସ୍ତ୍ରଶସ୍ତ୍ରର ଯୋଗେଇବ ବୋଲି ଭରସା ଦେଇଛି l
ମଙ୍ଗଳବାର ଦିନ ଭାରତର ରକ୍ଷାମନ୍ତ୍ରୀ ରୁଷରେ କହିଲେ ଯେ ଭାରତର ବିଶ୍ୱାସ ଅଛି ଯେ ଯେଉଁ ଅସ୍ତ୍ରଶସ୍ତ୍ରର ଭାରତ ମାଗିଛି ତାକୁ ଶୀଘ୍ର ମିଳିଯିବ l ଏହାର ଜବାବରେ ରୁଷର ଉପ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି କେବେବି ଭାରତର ଅଖଣ୍ଡତା ଓ ଅକତାକୁ ନେଇ ପ୍ରଶ୍ନଉଠେ ତେବେ ଆମର ଚେଷ୍ଟା ରହିବ ଯଥା ସମ୍ଭବ ରୁଷ ଭାରତକୁ ସାହାଯ୍ୟ କରିବ l ଏହା ସହିତ ବର୍ତ୍ତମାନର ପରିସ୍ଥିତି ଉପରେ ତିପାଣି ଦେଇ କହିଥିଲେ ଭାରତ ଗୋଟିଏ ଶାନ୍ତିପ୍ରିୟ ଦେଶ l
ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତେଜନା ଓ ବିବାଦକୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ରୁଷର ଭିକ୍ଟୋରି ଡେ଼ ପ୍ୟାରେଡ଼ରେ ସାମିଲ ହେବl ପାଇଁ ରୁଷିଆ ଯାଇଛନ୍ତି l ଆସl କରାଯାଉଛି ଯେ ଏହି ସାକ୍ଷାତକାର ଦ୍ୱାରା ଭାରତକୁ କେତେ ଗୁଡିଏ ମହତ୍ୱ ପୂର୍ଣ୍ଣ ହତିଆର ମିଳିବ ,ଜୋଉଥିରେ S -400 ଆଣ୍ଟିମିସାଇଲ ସାମିଲ ଅଛି l ଭାରତକୁ ଏହା ବ୍ୟତୀତ ରୁଷରୁ ଅନ୍ୟ ଅସ୍ତ୍ରଶସ୍ତ୍ରର ମଧ୍ୟ ନେବାର ଅଛି ସେଥିପାଇଁ ଭାରତ ରାଶି ପ୍ରଦାନ କରି ସାରିଛି l ଏହି ସମସ୍ତ ଅସ୍ତ୍ରଶସ୍ତ୍ରର ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଭାରତ ନେବାର ଥିଲା ବର୍ତ୍ତମାନର ପରିସ୍ଥିତି କୁ ଦେଖି ଯଥାଶୀଘ୍ର ଏହି ଅସ୍ତ୍ରଶସ୍ତ୍ରର ଭାରତ ପାଇବ l ରାଜନାଥ ସିଂ ଯେଉଁ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଛନ୍ତି ସେଠାକୁ ବିଶ୍ୱର ଅନେକ ନେତା ଆସିଛନ୍ତି ,ଏହି ସ୍ଥାନକୁ ଚୀନର ରକ୍ଷାମନ୍ତ୍ରୀଙ୍କ ସହିତ ଅନେକ ଅଧିକାରୀ ମଧ୍ୟ ଆସିଛନ୍ତି l କିନ୍ତୁ ଦୁଇ ଦେଶର ରକ୍ଷାମନ୍ତ୍ରୀ ପ୍ୟାରେଡ଼ରେ ସାମିଲ ହେଲେ ମଧ୍ୟ ତାଙ୍କ ଭିତରେ କୌଣସି ଆଲୋଚନା ହେବ ନାହିଁ l