ତିହିଡି :ସଂପ୍ରତି ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ପୁଣି ପନିପରିବା ଦର ଦିନକୁଦିନ ମହଙ୍ଗା ହେବାରେ ଲାଗିଛି । ଯାହାଫଳରେ ସାଧାରଣ ଖାଉଟି ବର୍ଦ୍ଧିତ ଦରରେ ସାମଗ୍ରୀ କିଣି ପରିବାର ଚଳାଇବା କଷ୍ଟକର ହୋଇପଡିଛି । କରୋନା ଜନିତ ଲକଡାଉନ ଯୋଗୁଁ ପ୍ରାୟ ୩ ମାସ ହେଲା ଲୋକେ କାମଧନ୍ଦା ନପାଇ ବଡ କଷ୍ଟରେ ଜୀବନଯାପନ କରୁଥିବା ବେଳେ ଲୋକଙ୍କ ପାଖରେ ଯାହାକିଛି ଗଚ୍ଛିତ ଧନ ଥିଲା ସେସବୁ ଏବେ ଶେଷ ହୋଇଯାଇଛି ।
ସରକାରୀ ଚାକିରିଆ ଓ ବ୍ୟବସାୟୀ ଗୋଷ୍ଠୀଙ୍କୁ ବାଦ ଦେଲେ ବିଶେଷ କରି ଚାଷୀ, ଦିନ ମଜୁରିଆ, ପ୍ରବାସରୁ ଫେରିଥିବା ଶ୍ରମିକ ଓ ଅନ୍ୟାନ୍ୟ ବେସରକାରୀ କାମରେ ନିୟୋଜିତ ଥିବା ଲୋକଙ୍କ ପାଖରେ ଏବେ ଆୟର କୌଣସି ପନ୍ଥା ନଥିବା ବେଳେ ବର୍ତ୍ତମାନର ବଜାର ଦର ସେମାନଙ୍କୁ ବେଶ ପ୍ରଭାବିତ କରିଛି । ବଜାରରେ ଏବେ ପ୍ରାୟ ସବୁ ଖାଉଟି ସାମଗ୍ରୀର ମୂଲ୍ୟ ମହଙ୍ଗା ରହିଛି । ବଜାରରେ ତେଜରତି ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରାୟ ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବେଶ ଉଚ୍ଚା ରହିଥିବା ବେଳେ ତାହା ସହିତ ତାଳ ଦେଇ ଆଳୁ, ବିଲାତି, ବାଇଗଣ, ପୋଟଳ, କଲରା ଓ ଭେଣ୍ଡି ଆଦି ପନିପରିବା ଦର ବି ଆକାଶଛୁଆଁ ହୋଇଯାଇଛି ।
ଯାହାକୁ ନେଇ ଏବେ ସାଧାରଣ ଖାଉଟି ଅଡୁଆ ପରିସ୍ଥିତିରେ ପଡିଯାଇଛି । ଗତ କିଛି ଦିନ ହେଲା ଲଗାତର ବର୍ଷା ପବନ ହେବା ଯୋଗୁଁ ପନିପରିବା ‘ାଷ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଯାହାଫଳରେ ଚାଷୀର ଆମଦାନୀ ବହୁ ପରିମାଣରେ ହ୍ରାସ ପାଇଛି । ଲୋକଙ୍କ ଚାହିଦା ଅନୁସାରେ ପନିପରିବାର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଏଗୁଡିକର ଦର ବଢିବାରେ ଲାଗିଛି । ବଜାର ଦର ବଢିବା ସାଙ୍ଗକୁ ବର୍ତ୍ତମାନ ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ‘ାଷୀମାନେ ପରିବାର ଚଳାଇବା ସହ ମୂଲିଆ ମଜୁରିଆଙ୍କୁ ଖାଇବାକୁ ଦେବା ନେଇ ଚିନ୍ତାରେ ପଡିଯାଇଛନ୍ତି ।