Odisha news

ବାବାମଣିଙ୍କ ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ, ଖର୍ଚ୍ଚ ହେବ ୬କୋଟି ଟଙ୍କା : ରାଜ୍ୟ ପତ୍ନତତ୍ତ୍ୱ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ

0

ଭଦ୍ରକ/ଆରଡି :ରାଜ୍ୟର ସର୍ବପୁରାତନ ଶୈବକ୍ଷେତ୍ର ଭାବେ ପ୍ରସିଦ୍ଧିଲାଭ କରିଥିବା ଆଖଣ୍ଡଳମଣିଙ୍କ ପୀଠର ହେବ ଉନ୍ନତିକରଣ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା । ଏପରିକି କାର୍ଯ୍ୟକାରୀ ଜିଲା ପ୍ରଶାସନ ଓ ରାଜ୍ୟ ପ୍ରତ୍ନତ୍ତ‰ତ ବିଭାଗ ପକ୍ଷରୁ ବ୍ଲìପ୍ରିଣ୍ଟ ପ୍ରସ୍ତୁତ ହେବା ସହ ଟେଣ୍ଡର ପ୍ରକ୍ରିୟା କରାଯାଇଥିଲା । ହେଲେ କରୋନା ନାମକ ମହାମାରୀ ପାଇଁ ଦୀର୍ଘ ୩ମାସ ହେବ ଉକ୍ତ କାଯର୍‍ୟ ବନ୍ଦ ରହିଥିଲା ।

ଏବେ କୋଭିଡ-୧୯ ପାଇଁ କଟକଣା ଜାରି ରହିଥିଲେ ମଧ୍ୟ ସମସ୍ତ ପର୍ଯ୍ୟଟନସ୍ଥଳର ଉନ୍ନିତମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ କୋହଳ କରାଯାଇଥିବାରୁ ବୁଧବାର ଅପରାହ@ରେ ରାଜ୍ୟ ପ୍ରତ୍ନ‰ତ ବିଭାଗର ଆରିକଟେକର ସଂଜିବ ଗୁରୁ, ଭଦ୍ରକ ଉପ-ଜିଲ୍ଳାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଜିଲା ଗୃହନିର୍ମାଣ ବିଭାଗର ଅଧିକାରୀ ଅମ୍ବିକା ସ୍ୱାଇଁ, ଚାନ୍ଦବାଲି ତହସିଲିଦାର ଶୁଶାନ୍ତ ସୁତାର, ଆରଆଇ ଦେବାଶିଷ ରାୟ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରମୁଖ ଆରଡିପୀଠରେ ପହଁଞ୍ଚି କାର୍ଯ୍ୟକାରି ହେବାକୁ ଥିବା ସମସ୍ତ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଥିଲେ । ।

ଏହି କ୍ଷେତ୍ର ପରିଦର୍ଶନରେ ଆରଡି ସରପଞ୍ଚ ଅରବିନ୍ଦ ପାଢୀଙ୍କ ସହ ମନ୍ଦିରର ସେବାୟତ ଉପସ୍ଥିତ ଥିଲେ । ପୂର୍ବରୁ ପ୍ରସ୍ତୁତ ବ୍ଲìପ୍ରିଣ୍ଟ ଅନୁଯାୟୀ ମନ୍ଦିର ଚତୁଃପାଶ୍ୱର୍ ଓ ବେଢା ସମ୍ପ୍ରସାରଣର କାର୍ଯ୍ୟ ଖୁବଶିଘ୍ର କରାଯିବ ବୋଲି ଉପ-ଜିଲ୍ଲାପାଳ ଶ୍ରୀ ସାମଲ ପ୍ରକାଶ କରିଥିଲେ । ଏପରିକି ସମସ୍ତ ଅଧିକାରୀ ପୀଠର ସ୍ଥିତ ପରଖିବା ସହ ଦୀର୍ଘଦିନ ଧରି ଜବରଦଖଲରେ ଥିବା ମଣିବାବାଙ୍କ ଭୂସମ୍ପତ୍ତିର ଉଦ୍ଧାର ନିମନ୍ତେ ମନ୍ଦିର କାର୍ଯ୍ୟଳୟ ପରିସରରେ ସମୀକ୍ଷା କରିଥିଲେ । ବିଶେଷକରି ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ଚତୁଃପାଶ୍ୱର୍, ପୁଷ୍ପ ଉଦ୍ୟାନ ଠାରୁ ଅତିଥିଭବନ ଗୃହ ଯାଇଥିବା ମୁଖ୍ୟ ରାସ୍ତାର ସମ୍ପ୍ରସାରଣ, ମନ୍ଦିର ପଶ୍ଚିମ ମୁଖଚାଳି ଠାରୁ ପୀଠର ପ୍ରବେଶ ପଥ ରାସ୍ତାର ସମ୍ପ୍ରସାରଣ ନିମନ୍ତେ ଖୁବଶିଘ୍ର ମପାଚୁପା କାର୍ଯ୍ୟ କରିବା ପାଇଁ ଚାନ୍ଦବାଲି ତହସିଲିଦାର ଶ୍ରୀ ସୁତାରଙ୍କ ସହ ଅଧିକାରୀମାନେ ଆଲୋଚନା କରିଥିଲେ ।

ଜିଲ୍ଳାପ୍ରଶାସନ ପରାମର୍ଶ କ୍ରମେ ଚାନ୍ଦବାଲି ତହସିଲ ପକ୍ଷରୁ ପୀଠରେ ପ୍ରାଥମିକ ମାପଚୁପ କାର୍ଯ୍ୟ ଆରମ୍ଭ ହୋଇଥିବା ତହସିଲଦାର ଶ୍ରୀ ସୁତାର ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଆଖଣ୍ଡଳମଣି ପୀଠର ସୈାନ୍ଦର୍ଯ୍ୟକରଣ ଓ ଆଗନ୍ତୁକ ଶ୍ରଦ୍ଧାଳୁମାନଙ୍କର ସୁବିଧା ନିମନ୍ତେ ଦୀର୍ଘବର୍ଷ ହେବ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ଉକ୍ତ ପ୍ଲାନ ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟ ଅଟକି ରହିଥିଲା । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଠର ବିକାଶ ପାଇଁ ୬କୋଟି ଟଙ୍କା ଯୋଗାଇ ଦିଆଯାଇଥିବାରୁ ପ୍ରାଥମିକ ଭାବେ ମନ୍ଦିର ବେଢାର ସମ୍ପ୍ରସାରଣ ସହ ଚଟାଣ ମରାମତି, ମଣିବାବାଙ୍କ ଗମ୍ଭୀରାଘର ମରାମତି, ଶ୍ରାବଣୀ ମଣ୍ଡପ ନିର୍ମାଣ, ମନ୍ଦିର ଚାରି ଦ୍ୱାରର ସୈାନ୍ଦର୍ଯ୍ୟକରଣ, ଭକ୍ତମାନଙ୍କର ଉପାସନା ଗୃହ ନିର୍ମାଣ, ୬୦ଗୋଟି ଦୋକାନ ଗୃହ ନିର୍ମାଣ ଆଦି କରାଯିବ ବୋଲି ଆଲୋଚନା ହୋଇଥିଲା

Leave A Reply