ଗ୍ରାମ ରୁ ହୋଣ୍ଡା ଆକ୍ଟିଭା ରେ ମା,ପୁଅ ମିଶି ବୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ପଛରୁ ଟ୍ରାକ୍ଟର ଧକ୍କା ଦେବା ରେ ମା ଅାକ୍ଟିଭା ରୁ ଖସି ପଡ଼ିବା ଓ ଟ୍ରାକ୍ଟର ଚକ ତାଙ୍କ ଉପରେ ମାଡି ଯାଇ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ହେଲେ କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବାଣନଇ ଗ୍ରାମ ର ଝୁନୁ ଜେନା(୫୦) ।
ସେ ପୁଅ ସମୀର ସହ ଅାକ୍ଟିଭା ଗାଡ଼ି ନ ଓଡି ୦୭ ଜି ୭୧୩୮ ରେ ବୁଗୁଡ଼ା ଡେଙ୍ଗା ପଦର ଗ୍ରାମ କୁ ଯାଉଥିବା ବେଳେ ଆସିକା -ବୁଗୁଡ଼ା ମୁଖ୍ୟ ସଡ଼କ ପଥର ବଡ଼ ଖୋଲି ନିକଟରେ ପଛପଟୁ ଦୃତଗତିରେ ଆସୁଥିବା ଟ୍ରାକ୍ଟର ନ ଓଡି ୦୭ ଏଫ୍ ୦୦୨୯ ଧକ୍କା ଦେଇଥିଲା। ମହିଳା ଅାକ୍ଟିଭା ଗାଡ଼ି ରୁ ଛିଟିକି ପଡି ରାସ୍ତାରେ ଖସି ପଡ଼ିଥିବା ବେଳେ ଟ୍ରାକ୍ଟର ଚକ ତାଙ୍କ ମୁଣ୍ଡ ଉପରେ ମାଡି ଯାଇଥିଲା ଓ ରାସ୍ତା ଉପରେ ଛଟପଟ ହୋଇ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା।
ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳ ରେ ପହଞ୍ଚି ମୃତ ମହିଳା ଙ୍କୁ ୧୦୮ ରେ ଆସିକା ହସ୍ପିଟାଲ୍ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ପୁଅ ର ଅଭିଯୋଗ କୁ ଭିତ୍ତି କରି ଥାନା କେଶ ନ ୩୬୧ /୨୦ ରେ ମାମଲା ରୁଜ୍ଜୁ କରିଛି। ଟ୍ରାକ୍ଟର ଓ ଅାକ୍ଟିଭା ଗାଡ଼ି କୁ ଜବତ କରି ପୋଲିସ ତଦନ୍ତ ଚଳାଇ ଥିବା ବେଳେ ଟ୍ରାକ୍ଟରଡ୍ରାଇଭର ଫେରାର ଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।
