Odisha news

ଅର୍କକ୍ଷେତ୍ରରେ ରଥଯାତ୍ରା ବନ୍ଦ, ସଟଡାଉନ ଥିବାରୁ ଶୂନଶାନ ଅଂଛଳ

0
କୋଣାର୍କ:କରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଧେଶ ମୁତାବକ ବିନା ଭକ୍ତ ରେ ପୁରୀ ଛଡା ରାଜ୍ୟର ଚଳିତ ବର୍ଷ ଅନ୍ୟ ସବୁ ସ୍ଥାନ ମାନଙ୍କରେ  ଘୋଷ ଯାତ୍ରା ବନ୍ଦ ପାଇଁ ସରକାରଙ୍କ ତରଫରୁ ସୂଚାଇ ଦିଆଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ କୋର୍ଟ ର ନିଦ୍ଧେଶ କୁ ମାନି କୋଣାର୍କ ଜଗନ୍ନାଥ ମନ୍ଦିରରେ ପ୍ରତି ବର୍ଷ ଭଳି ତିନୋଟି ରଥ ରେ ପାଳନ କରାଯାଉଥିବା ଘୋଷ ଯାତ୍ରା କୁ ଚଳିତ ବର୍ଷ ବନ୍ଦ ରଖାଯାଇଛି।କେବଳ ବିଧି ରକ୍ଷାକରାଯାଇ ଶ୍ରୀ ଜୀଉ ମାନଙ୍କର ଛୋଟ ବିଗ୍ରହ କୁ ବିନାରଥ ଓ ଭକ୍ତ ରେ ମଙ୍ଗଳବାର ଭୋର ୬ଟାରୁ ସ୍ଥାନୀୟ ରାଉଳପାଟଣା ଗୁଣ୍ଡିଚା ମନ୍ଦିର କୁ ନିଆଯାଇଥିବା ଜଗନ୍ନାଥ ଟ୍ରଷ୍ଟ ବୋର୍ଡ଼ର ପରିଚାଳକ ନିରଞ୍ଜନ ବାରିକ ପ୍ରକାଶ କରିଛନ୍ତି।
ସେଠାରେ ନଅ ଦିନ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କରାଯିବ ବୋଲି ଜଣା ପଡ଼ିଛି। କିନ୍ତୁ ଭକ୍ତ ମାନେ ଦର୍ଶନ ର ସୁଯୋଗ ପାଇବେନି।ଏପଟେ ପୁରୀରେ ବିନା ଭକ୍ତ ରେ ରଥଯାତ୍ରା ହେଉଥିବାରୁ ରାଜ୍ୟ ସରକାରଙ୍କ ସମଗ୍ର ଜିଲ୍ଲାକୁ ସୋମବାର ରାତ୍ର୯ଟା ଠାରୁ ବୁଧବାର ଅପରାହ୍ନ୨ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିବାରୁ ଏହାର ପ୍ରଭାବରେ କୋଣାର୍କ ଅଂଚଳ ପୁରା ଖାଁ ଖାଁ ଓ ଶୂନସାନ ହୋଇପଡିଛି।ଅଂଛଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଜନସାଧାରଣଙ୍କ ଯାତାୟାତ ଠପ ହୋଇଛି।ଜନସାଧାରଣ ପ୍ରଶାସନର ନିର୍ଦେଶକୁ ମାନି ନିଜ ନିଜ ଘରେ ରହିବାକୁ ଉଚିତ ମନେକରିଥିବା ପରିଲକ୍ଷିତ ହୋଇଛି। କୋଣାର୍କ ପୋଲିସ ଓ ସ୍ଥାନୀୟ ଏନ ଏ ସି ର ମିଳିତ ପ୍ରୟାସରେ ଅଂଛଳରେ ପେଟ୍ରୋଲିଂ ସହ ସଟଡାଉନରେ ଘରୁ ନବାହାରିବାପାଇଁ ସୂଚନା ଦିଆଯାଉଛି।କୋଣାର୍କ ଏନ ଏ ସି ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ନିଜେ ଉପସ୍ଥିତ ରହି ସଟଡାଉନରେ ସମସ୍ତ କାର୍ଯ୍ୟ ତଦାରଖ କରୁଥିବ ଜଣା ପଡ଼ିଛି।

Leave A Reply