Odisha news

ନାହିରେ ଶହ ଶହ ବ୍ୟାକେଫରିଆ !

0

ଆମ ନାଭିମଣ୍ଡଳ ବ୍ୟାକେଫରିଆର ଏକ ଜଙ୍ଗଲ । ବିଶ୍ୱାସ ନ ହେଲେ ମଧ୍ୟ ଏହା ନିରାଟ ସତ୍ୟ ବୋଲି ପେଷାଦାର ନାଭି ନିରୀକ୍ଷକମାନେ କହିଛନ୍ତି । ୬୦ ଲୋକଙ୍କ ନାଭିକୁ ନେଇ ହୋଇଥିବା ଅଧ୍ୟୟନରୁ ୨୩୬୮ ପ୍ରଜାତି ବ୍ୟାକେଫରିଆର ସନ୍ଧାନ ମିଳିଛି । ମିଳିଥିବା ବ୍ୟାକେଫରିଆର କିଛି ପ୍ରଜାତି ବିଜ୍ଞାନ ପାଇଁ ସମ୍ପୂର୍ଣ୍ଣ ନୂଆ । ପରିଚ୍ଛନ୍ନ ନାଭିରେ ପ୍ରାୟ ୨୯ ପ୍ରଜାତି ବ୍ୟାକେଫରିଆ ଥିବା ବେଳେ ଅନ୍ୟାନ୍ୟରୁ ୧୦୭ରୁ ଊଦ୍ଧ୍ୱର୍ ବ୍ୟାକେଫରିଆ ସନ୍ଧାନ ମିଳିଛି । ନ । ଭ ି ମ ଣ୍ଡ ଳ ର  ସ । ଧ । ର ଣ ବ୍ୟାକେଫରିଆ ପ୍ରଜାତି ସଂଖ୍ୟା ୬୭ । ପୂର୍ବରୁ ଜାପାନ ମାଟିରୁ ଗୋଟିଏ ବ୍ୟାକେଫରିଆର ସନ୍ଧାନ ମିଳିଥିଲା ଯାହାକି ଜଣେ ପ୍ରତିଯୋଗୀଙ୍କ ଠାରେ ଦେଖିବାକୁ ମିଳିଛି । ଏଥିରେ ଅସାମାନ୍ୟ ଘଟଣାଟି ହେଉଛି ଲୋକଟିର ସମ୍ପର୍କ ସେ ଦେଶ ସହ ନାହିଁ । କିଛି ବର୍ଷ କାଳ ଆଦୌ ସଫା କରି ନ ଥିବା ନାଭିରୁ ମାରାତ୍ମକ ବ୍ୟାକେଫରିଆ ମିଳିଛି ଯାହାକି ଆଇସ୍‌ କ୍ୟାପ୍‌ରେ ଦେଖାଯାଏ । ଏ ଅଧ୍ୟୟନ ବେଲି ବଟନ୍‌ ବାୟୋଡାଭୋରସିଟିର ଅଂଶବିଶେଷ । ମଣିଷ ଶରୀରର ଇକୋସିଷ୍ଟମ ପ୍ରତି ସମସ୍ତଙ୍କ ଆଗ୍ରହ ସୃଷ୍ଟି କରିବା ଥିଲା ଏ ଅଧ୍ୟୟନର ଉଦ୍ଦେଶ୍ୟ । ୨୦୧୧ରେ ଏ ପ୍ରୋଜେକଫ ଆରମ୍ଭ ହୋଇଥିଲା । ସେମାନେ ବ୍ୟାକେଫରିଆର ବିବିଧତାକୁ ରେନ୍‌ଫରେଷ୍ଟ ସହ ତୁଳନା କରିଛନ୍ତି । ୭୦ ପ୍ରତିଶତ ପ୍ରତିଯୋଗୀଙ୍କଠାରେ ସମାନ ପ୍ରଜାତିର ଆଠପ୍ରକାର ବ୍ୟାକେଫରିଆ ଦେଖିବାକୁ ମିଳିଛି । ଆମ ତ୍ୱଚାରେ କେଉଁ ପ୍ରକାର ମାଇକ୍ରୋବ ଅଛି ତା’ ଜାଣିବା ଜରୁରୀ କାରଣ ଗବେଷକ ଭାବୁଛନ୍ତି ଏହା ଆମର ରୋଗପ୍ରତିରୋଧକ ଶକ୍ତି ସହ ସାମଞ୍ଜସ୍ୟ ରଖୁଛି। ଏପରିକି ବ୍ରଣ ତଥା ତ୍ୱଚାର କୋମଳତା ଉପରେ ଏହା ପ୍ରଭାବ ପକାଇପାରେ ।

Leave A Reply