କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଟିରା ଗ୍ରାମରେ ପୂର୍ବ ଶତ୍ରୃତା କୁ ନେଇ ଦିଲିପ ସେଠୀଙ୍କ ମୁଣ୍ଡରେ ଜୈନିକ ବ୍ୟକ୍ତି ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇ ଥିବାର ପାଟକୁରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମର ଦେବୀ ପ୍ରସାଦ ଦାସ (ଲିଟୁ) ଙ୍କ ସହିତ ଦିଲିପଙ୍କର ପୂର୍ବରୁ ଶତ୍ରୁତା ଥିଲା ।
ଏହି ଶତ୍ରୁତାକୁ କେନ୍ଦ୍ର କରି ଶନିବାର ସକାଳ ୮ଟା ସମୟରେ ଦିଲିପ ଗାଡିରେ ଯାଉଥିବା ବେଳେ ଲିଟୁ ତାଙ୍କୁ ବାଟରେ ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଥିବା ଶ୍ରୀ ସେଠୀ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି । ପାଟକୁରା ଥାନା ଅଧିକାରୀ ୧୨୫/୨୦ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଦିଲିପ କେନ୍ଦ୍ରାପଡା ଏଚଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।