Odisha news

ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ପ୍ରସ୍ତୁତି ବୈଠକ

0

ଧାମନଗର Basudev tripathy:  ବର୍ଷାଋତୁ ଆରମ୍ଭ ହୋଇଥିବାରୁ ଆଗାମୀ ଦିନରେ ସମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲା କରିବା ପାଇଁ ବ୍ଲକ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଧାମନଗର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ  ସଭାପତିତ୍ୱ କରିଥିଲେ । ବୈଠକରେ ବର୍ଷାଋତୁର ଆଗମନ ହେତୁ ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସଫଳ ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା । ଧାମନଗର ବ୍ଲକର ନଦୀ କୂଳିଆ ପଞ୍ଚାୟତ ତଥା ସମସ୍ତ ବନ୍ୟା ପ୍ରବଣ ଅଞ୍ଚଳର ଲୋକ ମାନଙ୍କୁ ସଚେତନ କରାଇବା ସହ ଆସନ୍ତା ୧୯ ତାରିଖରେ ଏକ ମକ୍ଡି୍ରଲ କରାଯିବାକୁ ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଧାମନଗର ବ୍ଲକରେ ଥିôବା  ବୟାଙ୍ଗଡିହ, ପଧାନୀ ଓ ବମକୁରା ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହେବାକୁ ଥିବା ମକ୍ଡି୍ରଲରେ ସ୍ଥାନୀୟ ବାସିନ୍ଦା ମାନେ ଭାଗନେବାକୁ ଥିବା ବେଳେ ତହସିଲଦାର, ବିଡିଓ ଓ  ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବେ ବୋଲି ଜଣାଯାଇଛି ।  ମକଡି୍ରଲ ପୂର୍ବରୁ ଆଶ୍ରୟ ସ୍ଥଳୀର ଅବସ୍ଥା ଓ ସେଠାରେ ଆବଶ୍ୟକ ଯନ୍ତ୍ରପାତି ଗୁଡିକ ଠିକ୍ ଅଛିକି ନାହିଁ ସେ ସମ୍ପର୍କରେ ତଦାରଖ କରାଯିବାକୁ ସ୍ଥିର କରାଯାଇଥିଲା । ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀଙ୍କ  ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ଦୁର୍ଗା ଚରଣ ମୁର୍ମୁ, ଡାକ୍ତର ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଅଗ୍ନିଶମ ଅଧିକାରୀ ସୁମନ୍ତ କୁମାର ଯେନା, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନମିତା ଦାଶ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ ।

Leave A Reply