Odisha news

ଡ୍ରେନେଜ ବିଭାଗର ନିମ୍ନମାନର କାର୍ଯ୍ୟ , ଧସିଲା ‘ଯ’ ନଦୀର ନିର୍ମାଣାଧିନ ସାଇଡ୍ ୱାଲ

0

ଧାମନଗର (Basudev Tripathy) ଭଦ୍ରକ ଜିଲ୍ଲା ଡ୍ରେନେଜ ଡିଭିଜନ ଦୁର୍ନୀତିର ଗନ୍ତାଘର ସାଜିଛି । ନଦୀ,ନାଳ, ବିଲ, ବାଡିରେ ଲୋକଙ୍କ ଦୃଷ୍ଟି ଆଢୁଆଳରେ ଏହି ବିଭାଗର କୋଟି କୋଟି ଟଙ୍କାର କାର୍ଯ୍ୟ ଚାଲୁଥିବା ବେଳେ କୌଣସି ସ୍ଥାନରେ ପ୍ରକଳ୍ପର ବ୍ୟୟ ଅଟକଳ, ତା’ର ଅବଧି ଓ ଅନ୍ୟାନ୍ୟ ସୂଚନା ଥିବା ଫଳକ ଲାଗୁନାହିଁ । ଫଳରେ ସାଧାରଣ ଲୋକେ କିଛି ଜାଣିପାରୁନାହାଁନ୍ତି । ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ଯ’ ନଦୀରେ ନିର୍ମାଣାଧିନ ଏକ ସାଇଡ ୱାଲ ନିର୍ମାଣ କାର୍ଯ୍ୟ ନସରୁଣୁ ଧସିଯାଇଥିବା ଦେଖିବାକୁ ମିଳିଛି ।

ପଳିକିରି ଗ୍ରାମ ଉପର ମୁଣ୍ଡରେ ଜଳସେଚନ ନିମନ୍ତେ ଯ’ନଦୀରେ ଥିବା ଏକ ଚେକଡ୍ୟାମ୍ ଦୀର୍ଘ ବର୍ଷ ଧରି   କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଡ୍ୟାମର ତଳ ଓ ଉପର ମୁଣ୍ଡ ସାଇଡୱାଲ ନଥିବାରୁ ବାରମ୍ବାର ନଦୀ ବନ୍ଧ ଧସି ଚାଷୀ ଓ ସାଧାରଣ ଲୋକଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହେଉଥିଲା । ବହୁ ଅଭିଯୋଗ ପରେ ଡ୍ରେନେଜ ବିଭାଗ ଦ୍ୱାରା ସେଠାରେ ସାଇଡୱାଲ ନିର୍ମାଣ କରାଯାଉଥିଲା । ମାତ୍ର ଅତି ନିମ୍ନମାନର କାର୍ଯ୍ୟହେତୁ ନିର୍ମାଣଧିନ ଅବସ୍ଥାରେ ସପୋର୍ଟୱାଲର ବହୁ ଅଂଶ ଧସି ପଡିଥିବା ଦେଖିବାକୁ ମିଳିଛି । ଏଥିପାଇଁ ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ଦେଖାଦେଇଛି । ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ମଧୂଚନ୍ଦ୍ରିକା ଏହି ନିମ୍ନମାନର କାର୍ଯ୍ୟ ନିମନ୍ତେ ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଦୃଷ୍ଟିଦେବାକୁ ଦାବି ହେଉଛି ।

Leave A Reply