Odisha news

ମନ୍ଥର ଗତିରେ ଚାଲିଛି ପାନୀୟ ଜଳ ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀ କରୁଛନ୍ତି କଣ ?

0

ବିରିଡି :  ରାଜ୍ୟ ସରକାର ଗ୍ରାମାଂଚଳରେ ବସବାସ କରୁଥିବା ପ୍ରତିଟି ମଣିଷକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କେଶ ପ୍ରତିଶୃତି ବଧ ଅଛନ୍ତି । ଏଥି ପାଇଁ ଗାଁ ଗାଁ ନଳକୂପ, ପମ୍ପ ହାଉସ ମାଧ୍ୟମରେ ବୋରିଙ୍ଗ ଦ୍ୱାରା ଓଭର ହେଡ ପାଣି ଟାଙ୍କି କରି ଗାଁ କୁ ପାଇପ ବିଛାଇ ପାଣି ଯୋଗାଇ ଦେବାକୁ ପାନୀୟ ଜଳ ଓ ପରିମଳ ବିଭାଗକୁ ଦାୟିତ୍ୱ ଦେଇଛନ୍ତି ।

ମାତ୍ର ବିଭାଗୀୟ କେତେକ ଅଧିକାରୀ ଯନ୍ତ୍ରୀ ମାନଙ୍କ ଦାୟିତ୍ୱ ହିନତା ଓ ବେପରୁଆ ମନୋଭାବ ଯୋଗୁଁ ଏହି ସରକାରଙ୍କ ଏହି ଯୋଜନାର ସଫଳ ରୁପାୟନ ହୋଇପାରୁନାହିଁ । ଯାହା ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଂଚଳରେ ପ୍ରତିୟମାନ ହେଉଛି । ୨୦୧୮ ମସିହାରେ ବିରିଡି ବ୍ଲକ ବିଭିନ୍ନ ପଂଚାୟତରେ ରହୁଥିବା ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେତେକ ପାନୀୟ ଜଳ ପ୍ରକଳ୍ପ ହାତକୁ ନିଆଯାଇଥିଲା ।

ଏହି ସବୁ ପ୍ରକଳ୍ପ ଗୁଡିକ ମଧ୍ୟରେ ଉକୁନ୍ଦରା ପଂଚାୟତ, ବୁଢାପଡା, ବଡଖଣ୍ଡାଇତା, ବତୀମିରା, ଶଙ୍ଖପୁର, ଅରଣା ଆଦି ପଂଚାୟତରେ ଓଭର ହେଡ ପାଣି ଟାଙ୍କି କରାଯିବାକୁ ହାତକୁ ନିଆଯାଇଥିଲା । ବିରିଡି ବ୍ଲକ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ମାନଙ୍କ ତତ୍ୱବଧାନରେ ଏହି ପଳ୍ଳ୍ କାର୍ଯ୍ୟ ନେଇଥରବା ଠିକାଦାର ନିଦ୍ଦାରିତ ସମୟ ସୀମା ମଧ୍ୟରେ ସାରିବାକୁ ମଧ୍ୟ ନିଦେ୍ଧଶ ରହିଥରଲା । ପ୍ରକଳ୍ପ ଗୁଡିକର କାମ ଏତେ ମନ୍ଥର ଗତିରେ ଚାଲିଛି ଯେ ବର୍ଷ ବର୍ଷ ଧରି ବିତି ଗଲାଣି ହେଲେ ପ୍ରକଳ୍ପ ର କାମ ସରିବାରେ ନାଁ ଧରୁନାହିଁ । କିମ୍ବା ଲୋକମାନଙ୍କ ପାଖରେ ପାନୀୟ ଜଳ ପହଂଚି ପାରୁନାହିଁ ।

ଏହା କେବଳ ବିରିଡି ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ଓ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ବା ପ୍ରକଳ୍ପକୁ ନିଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବା ପାଇଁ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ ଆନ୍ତରିକତା ରହୁନଥିବା ପ୍ରକଳ୍ପ କାମ ସେମିତି ଚାଲୁଛି ଯାହା ଏହି ବ୍ଲକର ସଙ୍ଖପୁର ପଂଚାୟତରେ ଚାଲିଥିବା ଓଭର ହେଡ ପାଣି ଟାଙ୍କି କାର୍ଯ୍ୟ ଚାଲିଥିବା ଦୃଶ୍ୟରୁ ଅନୁମାନ କରାଯାଇପାରେ । ଏହି ପଂଚାୟତରେ ଚାଲିଥିବା ପ୍ରକଳ୍ପ କାମ ଦିର୍ଘ ଦିନ ହେବ ଚାଲିଛି କିନ୍ତୁ ତାହା ସରିପାରୁନାହିଁ । କିମ୍ବା ତାହା କେବେ ସରିବ ତାର ମଧ୍ୟ କହି ହେବ ନାହିଁ । ସେହିପରି ବୁଢାପଡା ପଂଚାୟତରେ ଓଭର ହେଡ ପାଣି ଟାଙ୍କି ପ୍ରକଳ୍ପ କାର୍ଯ୍ୟ ସରିଥିଲେ ମଧ୍ୟ ପାଇପ ବିଛା କାର୍ଯ୍ୟ କେବେ ଶେଷ ହେବ ତାହା ମଧ୍ୟ ସନେ୍ଦହ ହୋଇ ଏମିତି ଯେତେଗୁଡି ନୂଆ ପ୍ରକଳ୍ପ କାମ ହାତକୁ ନିଆଯାଇଥିଲା ଗୋଟେ ଦୁଇଟାକୁ ଛାଡି ଦେଲେ ଅନ୍ୟ ପ୍ରକଳ୍ପ କାର୍ଯ୍ୟ ଯନ୍ତ୍ରୀଙ୍କ ଦାୟିତ୍ୱ ହିନତା ଯୋଗୁଁ ସରିପାରୁନାହିଁ । ତେବେ ଏହି କାର୍ଯ୍ୟ କାହିଁକି ସରିପାରୁନାହିଁ ତାର ଉଚ୍ଚ ସ୍ତରିୟ ତଦନ୍ତ ଦାବି ହୋଇଛି ।

Leave A Reply