ମାହାଙ୍ଗା : ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଭଦ୍ରେଶ୍ୱର ପଂଚାୟତର ଝାଡେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରୁ ୮ଜି କେନାଲ ବନ୍ଧ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ । ଏହି ରାସ୍ତାଟି ଝାଡେଶ୍ୱରପୁର ବାରିକ ସାହି, ପୋଷ୍ଟ ଅଫିସ୍ ଏପରିକି ବର୍ତମାନ କରାଯାଇଥିବା କ୍ୱାରେଂଟାଇନ ଗୃହକୁ ସଂଯୋଗ କରୁଛି । ବର୍ଷା ପରେ ଏହି ରାସ୍ତା ଦେଇ ଯାତାୟତ କରିବା ସମ୍ଭବପର ହେଉ ନାହିଁ ।
ଖାଲ ଖମାରେ ପାଣି ଭର୍ତି ହୋଇଯାଉଛି । କାଦୁଅ ଯୋଗୁ ଏହି ରାସ୍ତାରେ ଯାତାୟାତ କରି ହେଉ ନାହିଁ । ବର୍ତମାନ ପ୍ରତିଦିନ କ୍ୱାରେଂଟାଇନ ଗୃହରେ ରହୁଥିବା ପ୍ରବାସୀଙ୍କ ପାଇଁ ରନ୍ଧନ ଖାଦ୍ୟ ପ୍ରସ୍ତୁତ କରାଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରାଯାଉଛି । ପ୍ରଶାସନ ତୁରନ୍ତ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ଏହି ରାସ୍ତକୁ ଢଳେଇ ରାସ୍ତାରେ ପରିଣତ କରିବାକୁ ସାଧାରଣରେ ଦୃଷ୍ଟି ଆକର୍ଷଣ କରାଯାଇଛି ।