Odisha news

ମାହାଙ୍ଗା ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା : ସୂଚନା ତଥ୍ୟ ଦେବାକୁ ଡରୁଛି ତହସିଲ ପ୍ରଶାସନ

0

ମାହାଙ୍ଗା ୧୮ା୦୬: ମାହାଙ୍ଗା ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି, ହେଲେ ତହସିଲ ପ୍ରଶାସନ କିଭଳି ସୂଚନା ତଥ୍ୟ ଦେବାକୁ ପଛଘୁଂଚା ଦେଉଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାପଡିଛି ଯେ ମାହାଙ୍ଗା ଅଂଚଳର ସୂଚନା କର୍ମୀ ବିବେକାନନ୍ଦ ଦାସ ତା୧୦.୦୨.୨୦୨୦ରିଖରେ ୫ଟି ତଥ୍ୟ ପାଇବାକୁ ସୂଚନା ଅଧିକାର ନିୟମ ଅନୁସାରେ ଆବେଦନ କରିଥିଲେ । ଠିକ୍ ସମୟରେ ସୂଚନା ତଥ୍ୟ ନମିଳିବାରୁ ସେ ୨୩.୦୩.୨୦୨୦ରିଖରେ ପ୍ରଥମ ଅପିଲ କରିଥିଲେ । ପ୍ରଥମ ଅପିଲର ଶୁଣାଣି କରାଗଲା ନାହିଁ, ଫଳରେ ସେ ତା ୨୧.୦୫.୨୦୨୦ରିଖରେ ଦ୍ୱିତିୟ ଅପିଲ କଲେ । ଗତ ତା୧୫.୦୬.୨୦୨୦ରିଖରେ ତହସିଲ କାର୍ଯ୍ୟାଳୟରୁ ଏକ ରେଜିଷ୍ଟାର ଚିଠି ଶ୍ରୀ ଦାସଙ୍କ ନିକଟରେ ପହଂଚିଥିଲା ।

ଉକ୍ତ ଚିଠିଟି ତହସିଲ କାର୍ଯ୍ୟାଳୟ ତରଫରୁ ତା୧୦.୦୬.୨୦୨୦ରିଖରେ ଡାକ ଯୋଗେ ପଠାଯାଇଥିଲା । କିନ୍ତୁ ଚିଠି ଖୋଲିବା ପରେ ଜଣାପଡିଲା ଯେ ପତ୍ର ସଂଖ୍ୟା ୧୧୦୬ ତା୩୦.୦୩.୨୦୨୦ରିଖରେ ଉକ୍ତ ଚିଠିରେ ଲେଖାଯାଇଛି । କ’ଣ ପାଇଁ ତହସିଲ କାର୍ଯ୍ୟାଳୟ ଏହି ଚିଠିକୁ ୧୦.୦୬.୨୦୨୦ରିଖରେ ଡାକ ଯୋଗେ ପଠାଇଲେ ତାହା ତଦନ୍ତ ଯୋଗ୍ୟ । ଏହି ଚିଠିରେ ସଠିକ୍ ସୂଚନା ତଥ୍ୟ ପ୍ରଦାନ କରାଯାଇ ନାହିଁ । ତହସିଲ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୫୬ ତା୧୮.୦୩.୨୦୧୪ରିଖରେ ମିଳିଥିବା ତଥ୍ୟ ଅନୁସାରେ ମାହାଙ୍ଗା ବ୍ଲକ୍ରେ ୧୯ ଏକର ୮୬୩ଡିସିମିଲ ଗୋଚର ଜମି ଜବର ଦଖଲରେ ରହିଛି ।

ସେହିପରି ୧ ଏକର ୩୬୩ଡି. ଶ୍ମଶାନ ଜମି ଓ ଏ୦.୫୨୯ଡି. ଗୋଦଣ୍ଡା ଜମି ଜବର ଦଖଲ କବ୍ଜାରେ ରହିଛି, ଏତଥ୍ୟ ବି ପୂର୍ଣ୍ଣାଙ୍ଗ ନୁହେଁ । ଉପରୋକ୍ତ କିସମ ଜମି ଉପରେ ବେଆଇନ ଭାବେ ୧୪ଟି ପଂଚାୟତରେ ରାଜିବ ଗାନ୍ଧି ସେବା କେନ୍ଦ୍ର ନିର୍ମାଣ କରାଯାଇଛି । ଯାହାକି ତହସିଲ କାର୍ଯ୍ୟାଳୟ ଚିଠି ସଂଖ୍ୟା ୩୭୦୦ ତା୨୨.୦୮.୨୦୧୪ରିଖରେ ପ୍ରଦାନ ତଥ୍ୟରୁ ଜଣାପଡିଥିଲା । ବର୍ତମାନ ପ୍ରଦାନ କରାଯାଇଥିବା ସୂଚନା ତଥ୍ୟରେ ତହସିଲ କାର୍ଯ୍ୟାଳୟ ନିକଟରେ ଏସବୁ ତଥ୍ୟ ନଥିବା ଦର୍ଶାଯାଇଛି । ବେଆଇନ ଜବର ଦଖଲକାରୀଙ୍କ ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ତହସିଲ ପ୍ରଶାସନ ଚୁପ୍ । ଏପରିକି ତହସିଲ ପ୍ରଶାସନ ଦ୍ୱାରା ଏରକଣା ବଜାର ଜବର ଦଖଲ ଉଚ୍ଛେଦ ପରେ ଦୋକାନୀମାନେ ଭଙ୍ଗା ଘରକୁ ମରାମତି କରି ବେପାରୀ ଚଳାଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଗୋପାଳପୁର ପଂଚାୟତର ଦୁଲାରପୁର ଗ୍ରାମର ସତ୍ୟନାରାୟଣ ପୂଜା କମିଟି ଦ୍ୱାରା  ପ୍ଲଟ ନଂ ୪୦୯ ଖାତା ନଂ ୨୦୨ ରକବା ଏ୦.୧୦ଡି ଉପରେ ରୋଷେଇ ଘର ନିର୍ମାଣ କରାଯାଇଥିଲା । ଅବରୋଧ କେସ୍ ନଂ ୫୨/୨ ନିଦେ୍ର୍ଦଶ ମତେ ଘର ଭଙ୍ଗାଯାଇଥିଲା । ପୂଜା କମିଟି ଦ୍ୱାରା ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁ ପିସି ନଂ ୨୧୨୯୩/୨୦୧୯ ତା୦୭.୧୨.୨୦୧୯ରିଖରେ କୋର୍ଟର ନିଦେ୍ର୍ଦଶନାମାକୁ ପୂଜା କମିଟି ତରଫରୁ ତହସିଲ ଦାରଙ୍କ ନିକଟରେ ଦାଖଲ କରାଯାଇଥିଲା । ଏ ସମ୍ପର୍କରେ ସୂଚନା ତଥ୍ୟ ମାଗିବାରୁ ସୂଚନା ତଥ୍ୟରେ ଦର୍ଶାଯାଇଛି ଯେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଡବ୍ଲ୍ୟୁ ପିସି ଦ୍ୱାରା ପ୍ଲଟ ନଂ ୨, ୧୨୯୩/୨୦୧୯ ତା୦୭.୧୧.୨୦୧୯ରିଖର ନିଦେ୍ର୍ଦଶନାମାର ନକଲ ଉଚ୍ଚ ନ୍ୟାୟାଳୟର ଅଦାଲତରୁ ମିଳିପାରିବ । ଏଭଳି ପ୍ଲଟ୍ ନଂ ଉଚ୍ଚ ନ୍ୟାୟାଳୟରୁ କିପରି ମିଳିବ ସେ ସମ୍ପର୍କରେ ସୂଚନା କର୍ମୀ ଶ୍ରୀ ଦାସ ପ୍ରଶ୍ନ ଉଠାଇଛନ୍ତି । ସେ ଏ ସମ୍ପର୍କରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply