Odisha news

କରୋନା ସଂକ୍ରମଣ ରୋକିବାକୁ ଅଭିନବ ପ୍ରୟାସ , ଗାଁ ଜଗିବେ ସ୍ୱେଚ୍ଛାସେବୀ

0

ଗୋପ : କରୋନା ମହାମାରି ସାରା ବିଶ୍ୱରେ ଆତଙ୍କ ରଚିଥିବାବେଳେ ଦେଶ ତଥା ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇବା ଲାଗି ମଧ୍ୟ ବ୍ୟବସ୍ଥା କରିଛନ୍ତି । ମାତ୍ର ସରକାରଙ୍କ ପକ୍ଷରୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆମାନେ ସଂଘରୋଦ୍ଧ ଭାବେ ୧୪ ଦିନ ରହିବା ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଅନେକ ସମୟରେ ସଂଘରୋଦ୍ଧ କକ୍ଷରୁ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଫେରାର ହୋଇଯାଉଥିବା ନଜରକୁ ଆଖି ଆଗରେ ରଖି ଗୋପ ବ୍ଲକ୍ ଅଧିନ ନାଗପୁର ପଞ୍ଚାୟତରେ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

 

ନାଗପୁର ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ ବିଜୁ ଯୁବ ବାହିନୀ, ସ୍ୱେଚ୍ଛାସେବୀ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଓ ଶିକ୍ଷକମାନଙ୍କୁ ନେଇ ଏକ ଜରୁରୀ ବୈଠକ ନାଗପୁର ଉଚ୍ଚ ବିଦ୍ୟାଳୟ ଠାରେ ଏକ ବୈଠକ କରିଥିବାବେଳେ ଏହି ବୈଠକରେ କରୋନା ସଂକ୍ରମଣ ରୋକିବା ଲାଗି ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଥିବାବେଳେ ବାହାରୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ଉପରେ କଡ଼ା ନଜର ରଖିବାକୁ ସରପଞ୍ଚ ଶ୍ରୀ ନିଶଙ୍କ ଉପସ୍ଥିତ ଥିବା ଯୁବ ବାହିନୀ, ସ୍ୱେଚ୍ଛାସେବୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀମାନଙ୍କୁ ଗାଁର ସମସ୍ତ ତଥ୍ୟ ରଖିବା ସହ କୌଣସି ବ୍ୟକ୍ତି ଗାଁକୁ ଆସିବା ମାତ୍ରେ ଗାଁରେ ପ୍ରବେଶ ନକରାଇଦେବାକୁ କହିବା ସହ ଏ ସଂପର୍କରେ ସଂଗେ ସଂଗେ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ୍ କାର୍ଯ୍ୟାଳୟରେ ସୂଚନା ଦେବାକୁ କହିଥିଲେ ।

ଏହି ବୈଠକରେ ଗୋପ ଡ଼ାକ୍ତରଖାନା ଭାରପ୍ରାପ୍ତ ମୁଖ୍ୟ ଡ଼ାକ୍ତର ଡ଼ଃ. ଶିବପ୍ରସାଦ ମଙ୍ଗରାଜ ଯୋଗ ଦେଇ କରୋନା ମହାମାରି ସଂପର୍କରେ ବିସ୍ତୃତ ଭାବେ ସୂଚନା ଦେବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା, ନିୟମିତ ହାତ ଧୋଇବା ଆଦି ବିଷୟବସ୍ତୁ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ସୁକାନ୍ତ ମହାନ୍ତି ଯୋଗ ଦେଇ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିବାବେଳେ ଶତାଧିକ ସ୍ୱେଚ୍ଛାସେବୀ ସମେତ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ଶିକ୍ଷକମାନେ ଉପସ୍ଥିତ ଥିବାବେଳେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଏହି ବୈଠକ କରାଯାଇଥିଲା ।

Govt
Leave A Reply