Uniform Civil Code : ଗୋଟିଏ ଦେଶ ଗୋଟିଏ ନିୟମ କୁ ନେଇ ଆଗଓ ଥିବା ଉତ୍ତରାଖଣ୍ଡ ରେ ସମାନ ନାଗରିକ ସହିଂତା ଲାଗୁ କରିଦିଅ ଯାଇଛି, UCC ଲାଗୁ କରିଥିବା ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବରେ ଗଣନା ହେବ, ଏହି ନିୟମ ଅନୁସାରେ ସମସ୍ତ ଧର୍ମ ଓ ଜାତି ର ଲୋକଙ୍କ ପାଇଁ ଗୋଟିଏ ସମାନ କାନୁନ ଲାଗୁ ହେବ, ବିଶେଷ ଭାବରେ ବିବାହ ଓ ତଲାକ ଭଳି ନିୟମ ରେ ଲ ସମସ୍ତଙ୍କ ପାଇଁ ସମାନ ରହିବ l
ୟୁନିଫର୍ମ ସିଭିଲ କୋଡ଼ ନିୟମ ଅନୁସାରେ ଅନେକ ନିୟମ ମଧ୍ୟ ରହିଛି, ଏଥିରେ ସମସ୍ତ ଜାତି ଧର୍ମ ଲୋକ ଙ୍କ ପାଇଁ ସମ୍ପତି ସମାନ ଭାବରେ ମଧ୍ୟ ରହିବ l କିନ୍ତୁ ବର୍ତମାନ ପ୍ରଶ୍ନ ଉଠୁଛି ଯେ ଯେବେ UCC ଅନୁସାରେ ସମସ୍ତ ଧର୍ମ ଓ ଜାତି ର ଲୋକେ ସମାନ ଭାବରେ ନିୟମ ମଧ୍ୟରେ ରହିବେ, କିନ୍ତୁ ଏଭଳି କିଛି ଲୋକ ରହିବେ ଯେଉଁ ମାନଙ୍କ ଉପରେ ଏହି ନିୟମ ଲାଗୁ ହେବନାହିଁ l
ଏହି ଲୋକ ମାନଙ୍କ ଉପରେ UCC ଲାଗୁ ହେବନାହିଁ –
ଉତରାଖଣ୍ଡରେ ସମାନ ନାଗରିକ ସଂହିତା ହିନ୍ଦୁ , ମୁସଲିମ ଭଳି ସମସ୍ତ ଧର୍ମ ର ଲୋକଙ୍କ ଉପରେ ଲାଗୁ କରାଯାଇଛି, ଏହା ସତ୍ୱେ ସମ୍ବିଧାନ ର ଅନୁଛେଦ -୩୪୨ ରେ ବର୍ଣିତ ଅନୁସୂଚିତ ଜନଜାତି ର ବ୍ୟକ୍ତିଙ୍କୁ UCC ରୁ ବାହାରେ ରଖାଯିବ l ଅର୍ଥାତ ଏମାନଙ୍କ ଉପରେ ୟୁସିସି ର କୌଣସି ନିୟମ ଲାଗୁ ହେବ ନାହିଁ l ଏହାଛଡା ଟ୍ରାନ୍ସଜେଣ୍ଡର ଙ୍କୁ ମଧ୍ୟ ଏଥିରୁ ବାହାରେ ରଖାଯିବ l
କାହିଁକି ମିଳିଲା ଜନଜାତି ଓ ଟ୍ରାନ୍ସଜେଣ୍ଡାର ଙ୍କୁ ଛୁଟ –
ଉତ୍ତରାଖଣ୍ଡ ରେ ପାଞ୍ଚ ଜନଜାତି ଅଧିସୂଚିତ ଅଟନ୍ତି, ଯାହାଙ୍କ ସଂଖ୍ୟା ୨ଲକ୍ଷ ୯୦ ହଜାର , ଏହି ଜନଜାତି ଙ୍କ ସହିତ ଟ୍ରାନ୍ସ ଜେଣ୍ଡାର ଙ୍କୁ ବାହାରେ ରଖିବାର କାରଣ ହେଲା ଏମାନଙ୍କ ସଂସ୍କୃତି, ଏମାନେ ନିଜ ନୀତିନିୟମ କୁ ସଂରକ୍ଷଣ ରଖିବା ଜରୁରୀ ବୋଲି ୟୁସିସି କମିଟି ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା l