Odisha news

ମହାକୁମ୍ଭ ୨୦୨୫ : ୬ ମହିଳାଙ୍କୁ ଦେଲା ପ୍ରସିଦ୍ଧି , ଆସନ୍ତୁ  ଜାଣିବା ୨୦୨୫ ମହାକୁଂଭ ର ୬ ଟି ଚର୍ଚିତ ମହିଳା  କିଏ ?  

0
ମହାକୁମ୍ଭ ୨୦୨୫ ଚର୍ଚାରେ
ମହାକୁଂଭ ରେ ୬ ମହିଳା ଙ୍କୁ ନେଇ  ଚର୍ଚା
ବଢ଼ିଲା ସୋସିଆଲ ମିଡ଼ିଆ ପାରା
କିଏ ମାଳି ବିକିତ ଆଉ କିଏ ବୁଲେଟ ଚଢି
ଯାହାଙ୍କୁ ଦେଖିବାକୁ ଲାଗୁଚି ଲୋକଙ୍କ ଭିଡ଼
ଆଜି ଆସନ୍ତୁ  ଜାଣିବା ୨୦୨୫ ମହାକୁଂଭ ର ୬ ଟି ଚର୍ଚିତ ମହିଳା  କିଏ ?
– ଆମେ ପ୍ରଥମେ ଜାଣିବା ନିଜ ସୌନ୍ଦର୍ଯ୍ୟ କାରଣରୁ ମହାକୁମ୍ଭ ରେ ହଲଚଲ ମଚେଇ ଥିବା ହର୍ଷl ରୀଛାରିୟା ଙ୍କ ବିଷୟରେ, ଭୋପାଲ ରେ ରହୁଥିବା ହର୍ଷl ଗୋଟିଏ ମାଧ୍ୟମ ବର୍ଗିୟ ପରିବାରର ଅଟନ୍ତି, ଏବଂ ସେ ନିରଂଜନୀ ଅଖଡା ର ମହାମଣ୍ଡଳେଶ୍ୱର କୈଳାସନନ୍ଦ ଗିରି ଙ୍କ ଶିଷ୍ୟା ଅଟନ୍ତି, ସେ ଉତ୍ତରାଖଣ୍ଡ ରେ ଦୀକ୍ଷା ନେଇ ସେଠାରେ ଦୁଇବର୍ଷ ବିତାଇଥିଲେ, ଏବଂ ୧୨ ଟି ଜ୍ୟୋତିର୍ଲିଙ୍ଗ ର ଦାସନ ମଧ୍ୟ କରି ସାରିଛନ୍ତି, ସେ ପେଶାରେ ଜଣେ ମଡେଲ ଥିଲେ, ସେ  ନିଜର ସୌନ୍ଦର୍ଯ୍ୟ ଓ ପେସା ଯୋଗୁଁ ଖୁବ ଭାଇରଲ ହୋଇଥିଲେ ଏବଂ ତାଙ୍କୁ ମହାକୁଂଭ ରେ ସାଧୁ ସନ୍ଥ ମାନେ ଖୁବ ବିରୋଧ କରିଥିଲେ ଓ ସେ ମହାକୁଂଭ ଛାଡିବାର ନିଷ୍ପତି ନେଇଥିଲେ , କିନ୍ତୁ ପରେ ସେ ନିଜ ନିଷ୍ପତି ପରିବର୍ତ୍ତନ କରି ମହାକୁଂଭ ରେ ରହିଥିଲେ l

– ବଲିଉଡ ଅଭିନେତ୍ରୀ ରୁ ଡ୍ରଗ୍ସ କାରବାର ଓ ଏହାପରେ ଅଣ୍ଡରୱାର୍ଲଡ ଲିଙ୍କ ଏବଂ ଜେଲ ଦଣ୍ଡ ଭୋଗିବାକୁ ନେଇ  ଚର୍ଚାରେ ରହିଥିବା ୯୦ ଦଶକ  ର ଅଭିନେତ୍ରୀ ମମତା କୁଲକର୍ଣ୍ଣି ମଧ୍ୟ ମହାମାୟା ତ୍ୟାଗ କରି ଦେଇଛନ୍ତି, ସେ କେବେ ନିଜର ହଟ ଫଟୋ ସୁଟ କୁ ନେଇ ଖୁବ ସେନସେସନ ଯୋଗାଇଥିଲେ ଜୂଡ ସମାଜ କୁ, କିନ୍ତୁ ବର୍ତମାନ ତାଙ୍କ ନାମ ଆଉ ବଲିଉଡ ରେ ଶୁଣିବାକୁ ମିଳିବନି, ସେ ହୋଇଯାଇଛନ୍ତି  ଜାମାଇ ମମତା ନନ୍ଦ ଗିରି, ଏଥିପାଇଁ ସେ ୨୩ ବର୍ଷ ହେଲାଣି ତପସ୍ୟା କରି ଆସୁଥିଲେ ଏବଂ ଅନେକ ପରୀକ୍ଷାରେ ଉତୀର୍ଣ୍ଣ ମଧ୍ୟ ହୋଇଛନ୍ତି l

– ନିକଟରେ ପ୍ରୟାଗରାଜ ରେ ରୁଦ୍ରାକ୍ଷ ମାଳି ବିକ୍ରି କରୁଥିବା ସୁନ୍ଦର ନୟନ ଯୁଗଳ ଥିବା ମୋନାଲିସା ଖୁବ ଚର୍ଚା ସାଉଁଟି ଥିଲେ, ଯେଉଁଠି ମୋନାଲିସା ସେଇଠି ଭିଡ଼ ଦେଖିବାକୁ ମିଳୁଥିଲା କ୍ୟାମେରା ମ୍ୟାନ ଓ ୟୁଟ୍ୟୁବର ଙ୍କର, ପରିସ୍ଥିତି ଏଭଳି ହେଲା ମୋନାଲିସା ଙ୍କର ଫଟୋ ଓ ଭିଡିଓ ପାଇଁ ଲୋକଙ୍କର ଲାଇନ ଲାଗୁଥିଲା, ମୋନାଲିସା ଭାଇରଲ ଏପରି ହେଲା ବଲିଉଡ ଡ଼ାଇରେକ୍ଟର ମନୋଜ ମିଶ୍ରl ନିଜର ଆଗାମୀ ଚଳଚିତ୍ର ଡାଏରୀ ଅଫ ମଣିପୁର ରେ ଲିଡ଼ ରୋଲ ଦେବା ପାଇଁ ମଧ୍ୟ ଘୋଷଣା କରିଦେଲା l

-ସାଧବୀ ଦେବଯାନୀ ମୁଖାର୍ଜୀ, କିନ୍ନର ଆଖଡ଼ାର ଜଣେ ସାଧବୀ ଅଟନ୍ତି, ତାଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ, ସେ ଡାକ୍ତର ହେବାକୁ ଇଛା ରଖିଥିଲେ ବି ଟ୍ରାନ୍ସ ଜେଣ୍ଡାର ହୋଇଥିବା କାରଣରୁ ପାଠ ପଢ଼ିପାରିଲେ ନାହିଁ, ଦେବଯାନୀ ଦିଲ୍ଲୀ ର ଡିଷ୍ଟ୍ରିକ୍ଟ ଇଲେକ୍ସନ କମିଶନ ର ଆଇକନ ଅଟନ୍ତି, କିନ୍ତୁ ତାଙ୍କର ସୌନ୍ଦର୍ଯ୍ୟ ମହାକୁଂଭ ରେ ଖୁବ ଚର୍ଚା ସାଉଁଟି ଥିଲା l

– କିନ୍ନର ଅଖାଡା ର ମହାମାଣ୍ଡଳେସ୍ୱର ଇନ୍ଦୁନନ୍ଦ ଗିରୀ ଦିଲୀ ବାସିନ୍ଦା ଅଟନ୍ତି, ସେ ଗ୍ରାଜୁଏସନ ପରେ ଆଇଟି ଫିଲଡ ରେ କାମ ମଧ୍ୟ କରିଛନ୍ତି, ଏବଂ ମେକପ ଆର୍ଟିଷ୍ଟ ମଧ୍ୟ ଥିଲେ, କିନ୍ତୁ ଆରମ୍ଭରୁ ସେ ସନାତନ ଧର୍ମ କୁ ଆଦର କରିଥିଲେ ଓ ପୂଜାପାଠ ରେ ଅନେକ ସମୟ ଅତିବାହିତ କରୁଥିଲେ l ଏହାପରେ ସେ ଆଇଟି ଫିଲଡ ଛାଡି କିନ୍ନର ଆଖଡ଼ାରେ ସାମିଲ ହୋଇଥିଲେ l

– ଏହି ମାନଙ୍କ ମଧ୍ୟରେ ଆଉ ଜଣେ ନାରୀ ସାମିଲ ହୋଇଛନ୍ତି ସେ ହେଉଛନ୍ତି ବୁଲେଟ ରାଣୀ ରାଜଲକ୍ଷ୍ମୀ ନନ୍ଦୀ ଯିଏକି ବୁଲେଟ ରେ ଯାତ୍ରା ଆରମ୍ଭ କରିଛନ୍ତି ତାମିଲନାଡୁ ରୁ, ସେ ୨ ହଜାର କିଲୋମିଟର ରେ ଯାତ୍ରା କରି ବିଭିନ୍ନ ରାଜ୍ୟ ଦେଇ ଯାଇ ମହାକୁଂଭ ରେ ପହଂଚିବେ ଏବଂ ତାଙ୍କର ଏହି ଯାତ୍ରା ର ସଂକଳ୍ପ  ରହିଛି ସନାତନ ଧର୍ମର ଉତ୍ଥାନ l

Leave A Reply