Odisha news

ଆଜି ହେଉଛି ସର୍ବ ପିତୃ ଅମାବାସ୍ୟା :ରହିଛି ସର୍ବାର୍ଥ ସିଦ୍ଧି ଯୋଗ , କରି ନିଅନ୍ତୁ ଏହି ୩ଟି ଉପାୟ

0

ମହାଳୟା ଅମାବାସ୍ୟା କୁ ମଧ୍ୟ ସର୍ବ ପିତୃ ଅମାବାସ୍ୟା କୁହାଯାଇ ଥାଏ, ଆଜି ପିତୃ ପୁରୁଷ ଙ୍କୁ ପିଣ୍ଡଦାନ ର ଶେଷ ଦିନ ଅଟେ l ପ୍ରତି ବର୍ଷ ଆଶ୍ୱିନ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି କୁ ପିତୃ ପକ୍ଷର ଶେଷ ଦିନ ଭାବରେ ପାଳନ କରାଯାଇ ଥାଏ l ଆଜିର ଦିନରେ ପିତୃ ପୁରୁଷ ଙ୍କ ପାଇଁ ପିଣ୍ଡ ଦାନ , ତର୍ପଣ ଓ ଶ୍ରାଦ୍ଧ ଇତ୍ୟାଦି କରାଯାଇ ଥାଏ l ପିତୃପକ୍ଷ ଭାଦ୍ରବ ମାସ ପୁର୍ଣିମା ଠାରୁ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ରହିଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ୧୫ ଦିନ ପାଇଁ ପିତୃ ପୁରୁଷ ଧରାପୃଷ୍ଟ କୁ ନିଜ ଆତ୍ମୀୟ ମାନଙ୍କ ନିକଟରୁ ଶ୍ରାଦ୍ଧ ଗ୍ରହଣ କରିବାକୁ ଅବତରଣ କରି ଥାଆନ୍ତି ଏବଂ ଶ୍ରାଦ୍ଧାର ଶେଷ ଦିନରେ କିଛିଟା ଉପାୟ କରିବା ଦ୍ୱାରା ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ l

* ନିଜ ପିତୃ ପୁରୁଷ ଙ୍କ ନିକଟରୁ କୃପା ଓ ଆସିବାଦ ପାଇବା ପାଇଁ ଆଜିର ଦିନରେ ଜଳରେ ଚାଉଳ, ଧଳା ଫୁଲ, କଳା ରାଶି ସହିତ କୁଶ ତର୍ପଣ କରନ୍ତୁ l ଏହାଦ୍ୱାରା ପିତୃ ପୁରୁଷ ତୃପ୍ତ ହୋଇ ଥାଆନ୍ତି ଏବଂ ତାଙ୍କ କୃପା ପ୍ରାପ୍ତ ହୋଇଥାଏ l କୁଶ ଅର୍ପଣ କରିବା ଦବ ପିରୁ ପୁରୁଷ ଙ୍କୁ ସନ୍ତୁଷ୍ଟି ମିଳିଥାଏ l

* ସର୍ବ ପିରୁ ଅମାବାସ୍ୟା ରେ ଆପଣ ପିତୃ ପୁରୁଷ ଙ୍କ ପାଇଁ ପଞ୍ଚ ବଳି କର୍ମ ନିହାତି କରନ୍ତୁ l ଆପଣ ନିଜ ପିତୃ ପୁରୁଷ ଙ୍କ ପାଇଁ କିଛିଟା ଭୋଜନ ପ୍ରସ୍ତୁତ କରି ସେଥିରୁ କିଛି ଅଂଶ କାଉ, ଗାଈ, କୁକୁର , ଚଢେଇ ଇତ୍ୟାଦିଙ୍କୁ ଭୋଜନ କରାନ୍ତୁ l ଏହାଦ୍ୱାରା ଆପଣଙ୍କ ପିତୃ ପୁରୁଷ ତୃପ୍ତ ହୋଇ ଥାଆନ୍ତି l

* ପିତୃ ପୁରୁଷ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆର୍ଯ୍ୟମା ପୂଜନ କରିବା ଆବଶ୍ୟକ, ଏହାପରେ ପିତୃ ସୁକ୍ତ ପାଠ କରନ୍ତୁ l ଏହାଦ୍ୱାରା ପରିବାର ଉପରେ ସନ୍ତାନ ମାନଙ୍କ ଉପରେ ଆଶୀର୍ବାଦ ରହିଥାଏ l ଏବଂ ଜୀବନ ସୁଖମୟ ହୋଇଥାଏ l ଏବଂ ଅନ୍ନ ଦାନ କରିବା ଜରୁରୀ l

Leave A Reply