Odisha news

ଦୁର୍ଗାପୂଜା ପାଳନ ପାଇଁ ଟ୍ରେଣ୍ଡ୍‌ସରେ ଆରମ୍ଭ ହେଲା ‘ଖୁସି ର ପର୍ବ’

0

-3499/- ଟଙ୍କାର କିଣାକିଣି କରନ୍ତୁ ଏବଂ 249/399 ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ*

– ଆକର୍ଷଣୀୟ ପୁରସ୍କାର ଜିତିବା ପାଇଁ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗରେ ଭାଗ ନିଅନ୍ତୁ।

ଭୁବନେଶ୍ୱର: ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ପାଇଁ ଭାରତର ସର୍ବବୃହତ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍‌ସ ପକ୍ଷରୁ ‘ଖୁସି ର ପର୍ବ ଏବଂ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତା’ ସହିତ ଦୁର୍ଗାପୂଜା ଅଭିଯାନର ଶୁଭାରମ୍ଭ ଘୋଷଣା କରାଯାଇଛି।

ଦୁର୍ଗାପୂଜାକୁ ଗ୍ରାହକଙ୍କ ପାଇଁ ଅଧିକ ଆକର୍ଷଣୀୟ ଓ ଲାଭଦାୟକ କରିବା ପାଇଁ ଏହି ସ୍ୱତନ୍ତ୍ର ପଦକ୍ଷେପ ଅଧୀନରେ 3499/- ଟଙ୍କା କିମ୍ବା ତଦୂର୍ଦ୍ଧ୍ବ ମୂଲ୍ୟରେ କିଣାକିଣି କରୁଥିବା ଗ୍ରାହକଙ୍କୁ ମାତ୍ର 249/399 ଟଙ୍କାରେ ଏକ ଆକର୍ଷଣୀୟ ଉପହାର ମିଳିବ। ଏହି ସମୟ ମଧ୍ୟରେ ଗ୍ରାହକମାନେ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇବେ।

ଟ୍ରେଣ୍ଡ୍‌ସ ଗ୍ରାହକଙ୍କ ଠାରୁ ଏଣ୍ଟ୍ରି ମଧ୍ୟ ଆମନ୍ତ୍ରଣ କରୁଛି ଯେଉଁଠାରେ ସେମାନଙ୍କୁ ନିଜର ଏକ ସେଲ୍ଫି କ୍ଲିକ୍ କରିବାକୁ ପଡ଼ିବ କିମ୍ବା ୧ ମିନିଟ୍ ରିଲ୍ ତିଆରି କର ବାକୁ ପଡ଼ିବ ଏବଂ ଏହାକୁ ସେମାନଙ୍କ ଇନଷ୍ଟାଗ୍ରାମ / ଫେସବୁକ୍ ପ୍ରୋଫାଇଲରେ ପୋଷ୍ଟ କରିବାକୁ ପଡ଼ିବ ଏବଂ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତାରେ ନିଜକୁ ନାମ ଲେଖାଇବା ପାଇଁ @RelianceTrends ପୃଷ୍ଠାକୁ ଟ୍ୟାଗ୍ କରିବାକୁ ହେବ।

ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ୨ ସହର ଏବଂ ଏହା ବାହାରେ ଭାରତର ଉପଭୋକ୍ତାମାନଙ୍କ ସହ ଏହାର ପହଞ୍ଚ ଏବଂ ସଂଯୋଗକୁ ସୁଦୃଢ଼ କରି ଟ୍ରେଣ୍ଡ୍‌ସ ପ୍ରକୃତରେ ଭାରତରେ ଫ୍ୟାଶନକୁ ଗଣତାନ୍ତ୍ରିକ କରୁଛି ଏବଂ ଏହା ଭାରତର ପ୍ରିୟ ଫ୍ୟାଶନ ସପିଂ ଗନ୍ତବ୍ୟସ୍ଥଳ ପାଲଟିଛି।

ଟ୍ରେଣ୍ଡ୍‌ସ ଷ୍ଟୋରରେ ଆଧୁନିକ ଲୁକ୍ ଏବଂ ପରିବେଶ ରହିଛି ଯେଉଁଥିରେ ଉତ୍ତମ ଗୁଣବତ୍ତା ଏବଂ ଫ୍ୟାଶନ ସାମଗ୍ରୀର ଏକ ଆକର୍ଷଣୀୟ ପରିସର ରହିଛି ଯାହା ଏହି ଅଞ୍ଚଳର ଉପଭୋକ୍ତାମାନଙ୍କ ପାଇଁ ପ୍ରାସଙ୍ଗିକ ଏବଂ ସୁଲଭ ମୂଲ୍ୟରେ ଏବଂ ଟଙ୍କା ପାଇଁ ଉଚ୍ଚ ମୂଲ୍ୟ ଭାବରେ ଦେଖାଯାଏ |

 

Nalco

Leave A Reply