Odisha news

ମହିଳା ଶ୍ରମିକ ଚାଲାଣକାରୀ ମାମଲାରେ ଆଶୀର୍ବାଦ ଫାଉଣ୍ଡେସନ୍ ସଂସ୍ଥାର ୪ କର୍ମଚାରୀ ଅଟକ

0

ବାରିପଦା : ବାରିପଦା ସହରରେ ମାତିଛନ୍ତି ମହିଳା ଶ୍ରମିକ ଚାଲାଣକାରୀ ଦଲାଲ । “ଆଶୀର୍ବାଦ ଫାଉଣ୍ଡେସନ୍’ ନାମରେ ଏକ ଠକ ସଂସ୍ଥା ଖୋଲି ମହିଳାଙ୍କୁ ଟାର୍ଗେଟ୍ କରୁଛନ୍ତି । ଭିନ୍ନ ଭିନ୍ନ କଳ କାରଖାନାରେ ଚାକିରୀ କରାଇଦେବାର ମିଛ ପ୍ରଲଭନ ଦେଖାଇ ହଜାର ହଜାର ମହିଳାଙ୍କ ପାଖରୁ କୋଟି କୋଟି ଟଙ୍କା ଠକିନେଇଥିବା ଅଭିଯୋଗ କରାଯାଇଛି । ଗତକାଲି ୫୩ଜଣ ମହିଳାଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିବାବେଳେ ବାଲେଶ୍ୱର ରେଲୱେ ଷ୍ଟେସନରୁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲା । ଏହି ଖବରପାଇ ଶତାଧିକ ମହିଳା ଆଜି ଠକ ସଂସ୍ଥାର ତକତପୁର ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ହାଜର ହେବା ସହ ଟଙ୍କା ଫେରସ୍ତ ପାଇଁ ଠକ ସଂସ୍ଥା ନାଁରେ ବାରିପଦା ଟାଉନ ଥାନାରେ ଏକାଧିକ ଅଭିଯୋଗ କରାଯାଇଛି । ଉକ୍ତ ଠକ ସଂସ୍ଥାର ୪ଜଣ ମହିଳା କର୍ମଚାରୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖାଯାଇଛି ।

Leave A Reply