Odisha news

ଏଟିମ ଭାଙ୍ଗିବା କୁ ଉଦ୍ୟମ କରି ବିଫଳ ହେଲେ ଦୁର୍ବୁତ୍ତ

0
ସାଲେପୁର(୨୭-୪):-ଏସ ବି ଆଇ ଏଟିମ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇ ଫେରାର ହୋଇଗଲେ ଦୁର୍ବୁତ୍ତ।ଘଟଣାରୁ ପ୍ରକାଶ ସାଲେପୁର ଥାନା ଅନ୍ତର୍ଗତ ଜପକୂଦ ଫାଣ୍ଡି ଠାରୁ ଶହେ ମିଟର ଦୂରତାରେ ଥିବା ଜପକୂଦ ବଜାରରେ ଥିବା ଏସ ବି ଆଇ ଏଟିମ ମେସିନକୁ ଗତକାଲି ରାତିରେ କିଛି ଦୁର୍ବୁତ୍ତ ତାଡିବାକୁ ଉଦ୍ୟମ କରିଥିଲେ।ମେସିନକୁ ତାଡି ଏକ ରସି ସାହାଯ୍ୟରେ ଟାଣିଲା ବେଳକୁ ଏଥିରେ ଲାଗିଥିବା ସାଇରନ ବାଜିଥିଲା ଏବଂ ଏହାର ମେସେଜ ବମ୍ବେରେ ଥିବା ଏସ ବି ଆଇ ମୁଖ୍ୟ କାର୍ଯ୍ୟାଳୟ କୁ ଯାଇଥିଲା।ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପାଇ ସ୍ଥାନୀୟ ପୋଲିସ ଓ ଜନସାଧାରଣ ଘଟଣା ସ୍ତଳରେ ପହଞ୍ଚି ଥିଲେ।ଲୋକମାନଙ୍କୁ ଦେଖି ଦୁର୍ବୁତ୍ତ ମାନେ ଘଟଣା ସ୍ଥଳ ଛାଡି ଫେରାର ହୋଇଯାଇଥିଲେ।(ଫଟ ଅଛି)
Nalco
Leave A Reply