Odisha news

ମୟୂରଭଞ୍ଜ ସାହିତ୍ୟ ପରିଷଦର ଓଡ଼ିଆ ନବବର୍ଷ ପାଳନ କାର୍ଯ୍ୟକ୍ରମ

0

ବାରିପଦା  : ପଣା ସଂକ୍ରାନ୍ତି ଅବସରରେ ଗଳ୍ପ ପାଠ ଆସର ଆୟୋଜିତ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମୟୂରଭଞ୍ଜ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଏକ ଗଳ୍ପପାଠ ଆସର ମହର୍ଷି ପବ୍ଲିକ ସ୍କୁଲ ସଭାଗୃହରେ ଆୟୋଜିତ ହୋଇଯାଇଛି । ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମହର୍ଷି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅଶୋକ କୁମାର କର ମୁଖ୍ୟଅତିଥି ଭାବରେ ଯୋଗଦେଇ ଅବକ୍ଷୟମୁଖୀ ସମାଜକୁ ଆମ ସଂସ୍କୃତିର ବହୁଳ ବ୍ୟବହାର ରକ୍ଷା କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ କବୟିତ୍ରୀ କାବେରୀ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସଂପାଦକ ମନୋଜ ଦଳବେହେରା ପରିଷଦର ବାର୍ଷିକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଯୁଗ୍ମ ସଂପାଦକ ଶିଉଲାଲ ମହାନ୍ତ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବା ବେଳେ ଯୁଗ୍ମ ସଂପାଦକ ଅଜିତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଗାଳ୍ପିକା ସୁଧାମୟୀ ଦାସ ତଥା ବାସନ୍ତୀଲତା ମହାପାତ୍ର ମିଳିତ ସଂଯୋଜନାରେ ଅନୁଷ୍ଠିତ ଗଳ୍ପ ପାଠ ଆସରରେ ଇଂ ସତୀଶଚନ୍ଦ୍ର ବେହେରା, ଅଜୟ କୁମାର ପାଳ, ଅଜିତ କୁମାର କବାଟ, ନରସିଂହ ବାରିକ, ନିରୁପମା ମହାନ୍ତ, ହିମାଂଶୁ ଶେଖର ଦାସ, ଜୟନ୍ତ କୁମାର ଦ୍ୱାରୀ, ଦୋଳ ଗୋବିନ୍ଦ ମହାନ୍ତ, ସମରେନ୍ଦ୍ର ବଶା, କବି ବିଷ୍ଣୁ ଶତପଥୀ, ପ୍ରଦୀପ କୁମାର ଦାସ, କୈବଲ୍ୟ ପ୍ରସାଦ ମହାପାତ୍ର ପ୍ରମୁଖ ସ୍ୱରଚିତ ଗଳ୍ପ ପାଠ କରିଥିଲେ ।

Leave A Reply