ସାଲେପୁର : ଦ୍ୱାଦଶ ବିରୂପା ମହୋତ୍ସବ୨୦୨୪ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସାଲେପୁର ବ୍ଲକ ଅନ୍ତର୍ଗତ ପାଗା ସ୍ଥିତ ସୁହାନି ମଣ୍ଡପ ପରିସରରେ ମହୋତ୍ସବର ଉପଦେଷ୍ଟା ଦିଲ୍ଲୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ଏହି ମହୋତ୍ସବ ଗୋପୀନାଥ ପୁର ବିରୂପା ନଦୀ କୂଳରେ ନହୋଇ ଗୋପୀନାଥପୁର ହରିଡ଼ା ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ୨୪ ତାରିଖରୁ ଆରମ୍ଭ ହୋଇ ମଧୁ ଜୟନ୍ତୀ ଏପ୍ରିଲ୨୮ ତାରିଖରେ ଉଦଯାପିତ ହେବ।ଏହି ମହୋତ୍ସବରେ ଅତିଥି ମାନଙ୍କ ଦ୍ଵାରା ଓଡ଼ିଶାର କଳା ସଂସ୍କୃତି ସମ୍ବନ୍ଧରେ ଆଲୋଚନା ହେବା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ।ଓଡ଼ିଆ ସିନେ ଜଗତର କଳାକାର, ଧାରାବାହିକ କଳାକାର ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି।ଏହି ବୈଠକରେ ପ୍ରଶାନ୍ତ କୁମାର କର, ସୁରେଶ କୁମାର ରାଉତ, ପ୍ରଶାନ୍ତ କୁମାର ଭୂୟାଁ, ବିଶ୍ୱରଞ୍ଜନ ସାହୁ, ଦେବେନ୍ଦ୍ର ନାଥ ସ୍ବାଇଁ, ରମେଶ କୁମାର ଲେଙ୍କା, ବନମାଳୀ ପ୍ରଧାନ ଓ ଜ୍ୟୋତିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ଶେଷରେ ଅଜୟ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।
