ଆସିକା : ଆସିକାର ଅନ୍ୟତମ ଅଧିଷ୍ଠାତ୍ରୀ ଠାକୁରାଣୀ ମା ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରା ସହ ସହର ରେ ସପ୍ତ ଠାକୁରାଣୀ ଙ୍କ ମିଳନ ଉତ୍ସବ ସକାଶେ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ପରିଚାଳନା କମିଟି ସଭାପତି ଶିବ ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯାତ୍ରା ପରିସରଭୁକ୍ତ ଅଞ୍ଚଳର ବହୁ ସଭ୍ୟ ଏବଂ ଯୋନ ସ୍ତରୀୟ ପ୍ରତିନିଧି ମାନେ ଯୋଗଦେଇଥିଲେ।ପ୍ରତି ତିନି ବର୍ଷ ବ୍ୟବଧାନ ରେ ଆସିକା ର ଅର୍ଦ୍ଧାଧିକ ସାହି ରେ ଆୟୋଜିତ ହେଉଥିବା ଏହି ଯାତ୍ରା ର ସ୍ଵତନ୍ତ୍ର ଗୁରୁତ୍ଵ ଓ ଆଧ୍ୟାତ୍ମିକ ଭାବାବେଗ ଅଞ୍ଚଳବାସି ଙ୍କ ରହିଛି।ରବିବାର ସନ୍ଧ୍ୟାରେ ଅନୁଷ୍ଠିତଏହି ଆଲୋଚନାରେ ଯାତ୍ରା ମୁଖ୍ୟ ପୁରୋହିତଙ୍କ ସହ ଯୋଗାଯୋଗ କରାଯାଇ ଯାତ୍ରା ତାରିଖ ନିର୍ଦ୍ଧାରଣ ଏବଂ ଯାତ୍ରା ଅବଧି ପ୍ରକାରେ କମିଟି ପ୍ରଶାସନ ସହ ଯୋଗାଯୋଗ କରିବା ନେଇ ପ୍ରସ୍ତାବ ଆସିଥିଲା।ଏହି ପ୍ରସ୍ତାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆସନ୍ତା ୧୧ତାରିଖ ଗୁରୁବାର ଦିନ ସନ୍ଧ୍ୟାରେ ସାଧାରଣ ବୈଠକ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା।ଏଥିରେ ସତ୍ୟନାରାୟଣ ରଥ,ମନୋଜ ମୁନୀ,ବିଶ୍ୱନାଥ ସାହୁ,ମନ୍ଦିର କମିଟି ର ସୁରେନ୍ଦ୍ର ବିଷୋୟୀ, ଦୁର୍ଗା ଆଚାରି,ପୂର୍ଣ ଅଚାରି, ଗିରିବାବୁ ଆଚାରି, ସରୋଜ ଦାସ,ଗଣପତି ରେଡ୍ଡୀ, ସୀମାଞ୍ଚଳ ନାହାକ ସମେତ ବହୁ ଭକ୍ତ ସାମିଲ ଥିଲେ।