Odisha news

ତ୍କୁଲାଡ଼ରେ ପ୍ରସିଦ୍ଧ ଦୋଳ ପୂର୍ଣ୍ଣିମା ଯାତ୍ରା

0

କୁଲାଡ : ପ୍ରତିବର୍ଷପରି ଚଳିତବର୍ଷ ଦୋଳପୂର୍ଣ୍ଣମା ଯାତ୍ରା ଭଞ୍ଜନଗର ବ୍ଲକ ର,ଐତିହାସିକ କ୍ଷେତ୍ର କୁଲାଡ଼ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି, ଏହି ଉପଲକ୍ଷେ ୧୯ତାରିଖ ମଂଗଳ ଵାର ଭିତର ଫଗୁ ଯାତ୍ରା,୨୦ତାରିଖ ବୁଧବାର, ଏକାଦଶୀ ଯାତ୍ରା, ୨୧ତାରିଖ, ଗୁରୁବାର ଦ୍ଵାଦଶୀ ଯାତ୍ରା,୨୨ତାରିଖ ଶୁକ୍ରବାର ଚୋରି ଭେଟ ଯାତ୍ରା,୨୩ତାରିଖ ଶନିବାର ସାନଭେଟ ଯାତ୍ରା,୨୪ତାରିଖ ରବିବାର ଚତୁର୍ଦ୍ଦଶୀ ଯାତ୍ରା ଏବଂ ୨୫ତାରିଖ ସୋମବାର ଦିନ ବଡ଼ ଭେଟ ଯାତ୍ରା ବା ମହାମିଳନ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି, ଏହି ଉପଲକ୍ଷେ ଦୋଳପୂର୍ଣ୍ଣମା ଦିନ ଶ୍ରୀ ଶ୍ରୀ ନାରାୟଣସ୍ବାମୀ, ଶ୍ରୀଶ୍ରୀଗୋପୀନାଥସ୍ବାମୀ, ଶ୍ରୀ ଶ୍ରୀ ଜଗନ୍ନାଥସ୍ବାମୀ,ଓଶ୍ରୀଶ୍ରୀରଘୁନାଥ ସ୍ବାମୀ ଙ୍କୁ ସୁସଜ୍ଜିତ ବିମାନରେ ବିଜେ,କରାଯାଇବାଣ,ପଟୁଆର ,ଓ ବାଜାବଜାଇ ଏହି ଯାତ୍ରାସମ୍ପନ୍ନ ହୋଇଅଛି,
ଏହି ଦିନ  ରାଜଗୁରୁ ଶ୍ରୀ ଆୟଂଗର  ପ୍ରଥମେ ଜୀଉ ମାନଂକ ଉପରେ ଫଗୁ ପକେଇବା ପରେ ଅନ୍ୟ ମାନେ ଫଗୁ ଖେଳିଥିଲେ,ପରେ ସ୍ଵାମୀ ମାନଙ୍କର ରାଜାଗ୍ନି କାର୍ଯ୍ୟ ସମ୍ପନ୍ନ ହୋଇଥିଲା,ଏହି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମରେ  ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଅତିରିକ୍ତ ତହସିଲଦାର ଅଭିନାଶ ମେହେର, ଥାନା ଅଧିକାରୀ କୁମର ମୁଦୁଲି, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ସଂଗଠକ ରାଜୀବ ଲୋଚନ ରାଜୁ, ରାଜସ୍ଵ ନୀରିକ୍ଷକ କେଦାର ନାଥ ଗନ୍ତାୟତ, ଅମିନ ଟୁକୁନା ପ୍ରଧାନଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟ ବୃନ୍ଦ ଓ ଗ୍ରାମଵାସୀ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ, ଯାତ୍ରା ରେ ହଜାର,ହଜାର, ଭକ୍ତ ରୁଣ୍ଡ ହୋଇ ଗୋବିନ୍ଦ ଙ୍କ କୃପା ଲାଭ କରିଥିଲେ

Nalco
Leave A Reply