Odisha news

ଆଠଗଡ଼ ରେ ଆଶା କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତୀ ଙ୍କୁ ଧନ୍ୟବାଦ ପ୍ରଦାନ

0
ଆଠଗଡ ୧୦-୩-୨୪ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ , ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବିଜ୍ଞାପିତ ପରିଷଦ ର ସମସ୍ତ ଆଶାକର୍ମୀ ଏକତ୍ରିତ ହୋଇ  ନାରୀ ନେତ୍ରୀ ବାସନ୍ତୀ ରାଉଳ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇ  କହିଥିଲେ ଯେ ମହାମାରୀ କରୋନା ସମୟରେ  ନିଜ ଜୀବନକୁ ପାଣି ଛଡାଇ ଗ୍ରାମାଞ୍ଚଳ ତଳ ସ୍ତର ଜନସାଧାରଣ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି ।ଏହି ସେବାକୁ ବିଚାର କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଓଡିଶା ବାସି ତଥା ଆଠଗଡ ବାସି ଆଶା କର୍ମୀମାନଙ୍କ ପାଇଁ ତାଙ୍କର ପାରିଶ୍ରମିକ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କୁ ଆଠଗଡ଼ ଆଶାକର୍ମୀ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ଏହି ସଭାରେ ଆଠଗଡ ବିଜ୍ଞାପିତ ପରିଷଦ ଅଧକ୍ଷା ସସ୍ମିତା ରାଉତ ଏକ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା ତିନି ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ  ସମବାୟ ବିତ୍ତ  ଲଳିତେନ୍ଦୁ ସେନାପତି ନାରୀ ନେତ୍ରୀ ଜାନକୀ ଲତା ନାଏକ ଲଷ୍ମୀପ୍ରିୟା ବେହେରା ସ୍ୱାସ୍ଥ୍ୟ କର୍ମୀ ସେକ ଅସଲମ ଯୋଗ ଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ଆଶା କର୍ମୀ ମାନଙ୍କ କର୍ତ୍ତବ୍ୟ ବିଷୟରେ ଅବଗତ କରାଇ ଥିଲେ।  ସେହିପରି ମାନ୍ୟବର ମନ୍ତ୍ରୀ ଅପରାହ୍ନ ରେ ଆଠଗଡ ବ୍ଲକ ୨୯୫ ସଂଗଠିତ ଶ୍ରମିକ ମାନଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରିଥିଲେ ।ଏହି ସଭାଟିକୁ ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥା ର ନିର୍ଦେଶକ ନିରାକାର ଲେଙ୍କା ପରିଚାଳନା କରୁଥିଲେ।
Leave A Reply