ବାରିପଦା : ଭଞ୍ଜପୁର ସ୍ଥିତ ଶିବମୁନି କେନ୍ଦ୍ର ଯୋଗାଶ୍ରମରେ ଯୋଗ ବିଜ୍ଞାନ ଜୀବନ୍ମକ୍ତି ମାର୍ଗର ପ୍ରଣେତା ସଦ୍ଗୁରୁ ଯୋଗେଶ୍ୱର ଶିବ ମୁନିଙ୍କ ୬୩ତମ ସ୍ମୃତିସ୍ମାରକୀ ଶ୍ରଦ୍ଧାଞ୍ଜଳୀ ଦିବସ ଓ ଅଖିଳ ଭୂ-ମଣ୍ଡଳୀୟ ସର୍ବ ଶିରୋମଣୀ ମୁନୀ କଲ୍ୟାଣ ପରିଷଦ ମୁନି ଋଷି ସମାଜର ୩୫ତମ ପ୍ରଚାର ଦିବସ ତଥା ଜନ ଚେତନା ଯୋଗୋ ଆତ୍ମଜ୍ଞାନ ଭି-ମୁଖୀ କରିବା ଦିବସ ପାଳିତ ହୋଇଅଛି । ଅଧ୍ୟକ୍ଷ ପରଂସ୍ୱରୂପ ଯୋଗାଚାର୍ଯ୍ୟ ସୁରେଶ ମୁନି ବ୍ରହ୍ମଦୀପ ଜ୍ୟୋତି ପ୍ରଜ୍ଜଳନ କରି କେନ୍ଦ୍ର ଯୋଗାଶ୍ରମର ପୁରାତନ ଧ୍ୱଜା ଅବତରଣ କରି ନୂତନ ଗୈରିକ ଧ୍ୱଜା ଉତ୍ତୋଳନ କରିଥିଲେ । ଶିବ ମୁନିଙ୍କ ଜୟ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା । ଏହା ପରେ ସମବେତ ମୁନି, ମୁନିମତୀ, ଯୋଗୀ, ଯୋଗାଚାର୍ଯ୍ୟ ମହାକାବ୍ୟ ବେଦ ମନ୍ତ୍ର ଶୁଭଭାବନା ପାଠ ପରେ ସତ୍ୟଧ୍ୱଜା ତଳେ ପ୍ରଣତି ଜଣାଇଥିଲେ । ଏତ୍ଦ ବ୍ୟତିତ ସମବେତ ମୁନି, ମୁନିମତୀ, ଯୋଗୀ, ଯୋଗାଚାର୍ଯ୍ୟ, ଅତିଥିଗଣ ଦୁଇମିନିଟ ନିରବତା ଆତ୍ମସ୍ଥ ପୂର୍ବକ ସଦ୍ଗୁରୁ ଯୋଗେଶ୍ୱର ଶିବମୁନିଙ୍କୁ ଗଭୀର ସ୍ମରଣ କରି ପରମ ଶାନ୍ତି ଜୀବନର ଉନ୍ନତି କାମନା କରିଥିଲେ । ଶ୍ରଦ୍ଧାଞ୍ଜଳୀ ଜ୍ଞାନ ଯଜ୍ଞ ସତସଙ୍ଗ ପ୍ରଜ୍ଞା ସମାରୋହ ଅଧ୍ୟକ୍ଷ ଯୋଗାଚାର୍ଯ୍ୟ ସୁରେଶ ମୁନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜ୍ଞାନ ଯଜ୍ଞ ସତସଙ୍ଗ ସମାରୋହକୁ ମହା ସଚିବ ଯୋଗାଚାର୍ଯ୍ୟ ଅଜୟ ମୁନି ପରିଚାଳନା କରିଥିଲେ । ସଚିବ ଯୋଗୀ ଗଙ୍ଗାଧ ମୁନି, କୋଷାଧ୍ୟକ୍ଷ ଯୋଗୀ ପରମାନନ୍ଦ ମୁନି, ସଚିବ ଯୋଗାୀ ରମାକାନ୍ତ ମୁନି, ଯୋଗାୀ କେଶବ ମୁନି, ଯୋଗାୀ ରତ୍ନ ସପନ ମୁନି ମଞ୍ଚାସୀନରେ ଯୋଗୀ ରାଧେଶ୍ୟାମ ମୁନି ଉପାଧ୍ୟକ୍ଷଙ୍କ ବୟସ ଏକଶହ ବର୍ଷ ହୋଇଥିବା ହେତୁ ସର୍ବ ବୟସ୍କର ସମ୍ମାନୀତ କରିବା ସହିତ ଯୋଗାଚାର୍ଯ୍ୟ ଉପାଧି ସଂସ୍ଥା ତଥା କମିଟି ପ୍ରଦାନ କରିଥିଲେ । ଅଧ୍ୟକ୍ଷ ପରଂସ୍ୱରୂପ ଯୋଗାଚାର୍ଯ୍ୟ ସୁରେଶ ମୁନି, ଯୋଗାଚାର୍ଯ୍ୟ ରାଧେଶ୍ୟାମ ମୁନିଙ୍କୁ ଶପଥ ପାଠ କରାଇଥିଲେ । ଯୋଗାଚାର୍ଯ୍ୟ ରାଧେଶ୍ୟାମ ମୁନି ଜ୍ଞାନ ଯଜ୍ଞରେ ଶପତ ପାଠ କରିବା ପରେ ପ୍ରବଚନ ପ୍ରଦାନ କରିଥିଲେ । ଏହା ପରେ ଯୋଗାଚାର୍ଯ୍ୟ ସୁରେଶ ମକୁନିଙ୍କୁ ସ୍ୱଅନୁଭୂତି ପୁସ୍ତକ ମୃତୁ୍ୟକୁ ଦୂର କରିବାର ଉପାୟ ଉନ୍ମୋଚନ କରିବା ସହିତ ଆତ୍ମ ଉନ୍ନତିର ମାର୍ଗ ଦ୍ୱିତୀୟ ସଂସ୍କରଣ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ । ଏହାପରେ ଜ୍ଞାନ ଯଜ୍ଞରେ ମୁନି ମତି ଦମୟନ୍ତିଙ୍କୁ ଯୋଗ ଶିକ୍ଷୟିତ୍ରୀ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଯୋଗ ଶିକ୍ଷୟିତ୍ରୀ ଥତା ଯୋଗୀ ମତୀ ଦମୟନ୍ତୀଙ୍କୁ ଅଧ୍ୟକ୍ଷ ଶପତ ପାଠ କରାଇଥିଲେ । ଯୋଗୀ ମତୀ ଦମୟନ୍ତୀ ଏହା ପରେ ପ୍ରବଚନ ପ୍ରଦାନ କରି ଯୋଗ ଆତ୍ମଜ୍ଞାନ ସମାଜ ସେବା, ସମାଜ ସଂସ୍କାର ଉପରେ ଗଭିର ତତ୍ତ୍ୱଜ୍ଞାନ ପ୍ରବଚନ ପ୍ରଦାନ କରିଥିଲେ । ଏହିଥିରେ ସଚୀବ ଗଙ୍ଗାଧର ମୁନୀ, ସଚୀବ ଯୋଗୀ ରାମକାନ୍ତ ମୁନି, ଯୋଗୀ କେଶବ ମୁନି, ଯୋଗୀ ରତ୍ନ ସପନ ମୁନି, ମୁନିବର ଟୁଡୁ ମୁନି, ପୂର୍ଣ୍ଣ ମୁନି, ମୁନି ମତୀ ବାସନ୍ତି ଦେବୀ, ମୁନିକୁମାର ଚିନ୍ମୟ, ମୁନି କୁମାର ସଂଜୀବ ମୁନି, ମୁନି କୁମାର ରତ୍ନାକର ମୁନି ଏତ୍ଦ ବ୍ୟତୀତ ମୟୂରଭଞ୍ଜ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ପେନସନାର ସଂଘର କାର୍ଯ୍ୟକାରୀ ସଭାପତି ନୀଳରତ୍ନ ମୁନି, ସଂଗଠନ ସଚୀବ ପ୍ରତାପଦ ଚନ୍ଦ୍ର ମହାପାତ୍ର ଏବଂ ସଭ୍ୟ ସୁଶୀଲ କୁମାର ଜେନା ଯୋଗଦାନ କରି ଜ୍ଞାନ ଯଜ୍ଞର ଶୋଭ ବର୍ଦ୍ଧନ କରିଥିଲେ । ସର୍ବ ଶେଷରେ ଶାନ୍ତି ପାଠ କରାଯାଇ ବିଶ୍ୱର ଶାନ୍ତି ତଥା ମାନବ ସମାଜର ଶାନ୍ତି କାମନା କରିଥିଲେ । ଏହି ଜ୍ଞାନ ଯଜ୍ଞରେ ଶତାଧିକ ସର୍ବ ସାଧାରଣ ଯୋଗଦାନ କରି ଅନ୍ନପ୍ରସାଦ ଗ୍ରହଣ କରିଥିଲେ ।