ଖଇରା,୩୧/୧ ବୁଧବାର ଦିନ ଖଇରା ବ୍ଲକର ଡୁଙ୍ଗୁରା,ଅମରିଆ,ନହଙ୍ଗ,ଖଇରା ଓ କୁରୁଣ୍ଟା ଠାରେ ଆମ ଓଡିଶା ନବୀନ ଓଡିଶାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ା ନହଙ୍ଗ ଓ ଖଇରା ଠାରେ ଆୟୋଜିତ ସଭାରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବକ୍ତବ୍ୟ ରଖି ଗତ ୨୪ବର୍ଷ ଧରି ନବୀନ ବାବୁଙ୍କ ନେତୃତ୍ବରେ ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ଗ୍ରାମାଞ୍ଚଳରେ ଶିକ୍ଷାନୁଷ୍ଠାନ,ଧର୍ମାନୁଷ୍ଠାନ, ଜଗନ୍ନାଥ ସଂସ୍କୃତିର ଉନ୍ନତି ପଥେ ଆମ ଓଡିଶା ନବୀନ ଓଡିଶା ସଞ୍ଜିବନୀ ଭଳି କାର୍ଯ୍ୟ କରୁଛି ା ଏହି ଯୋଜନା ଗାଁଗହଳିର ଭିତ୍ତି ଭୁମିକୁ ସୁଦୃଢ କରିଛି ବୋଲି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ା ବୁଧବାର ନହଙ୍ଗ ପଞ୍ଚାୟତରେ ବିଧାୟକଙ୍କ ବ୍ୟତିତ ସରପଞ୍ଚ ରବିନ୍ଦ୍ର କୁମାର ନାୟକ,ପୁର୍ବତନ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ମହଲା,ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ବେହେରା ଓ ରଘୁନାଥ ଜେନା ଅତିଥି ଭାବେ ଏବଂ ନିର୍ବାହୀ ଅଧିକାରୀଣୀ ଖୋଲଣା ମଢେଇ ମଞ୍ଚ ପରିଚାଳନା କରିଥିଲେ ା ସେହିଭଳି ଖଇରା ସଭାମଞ୍ଚରେ ବିଧାୟକ ଶ୍ରୀପାଣିଗ୍ରାହୀ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ଅବସରରେ ଖଇରା ଠାରେ ସାଧାରଣ ଲୋକଙ୍କ ପାଇଁ ନିର୍ମିତ ହେବାକୁ ଆହାର କେନ୍ଦ୍ରକୁ ବିରୋଧ କରୁଥିବା କଥା କହିଥିଲେ ା ସରପଞ୍ଚ ମାଳତୀ ସେଠୀ,ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର,ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ପତ୍ରୀ ଓ ଅନ୍ତର୍ଯ୍ୟାମୀ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ା ଏମବିକେ ନିରୁପମା ନାୟକ ଓ ନିର୍ବାହି ଅଧିକାରୀ ନିରଞ୍ଜନ ଜେନା ମଞ୍ଚ ପରିଚାଳନା କରିଥିଲେ ା ଅମରିଆ ପଞ୍ଚାୟତରେ କୈଳାସ ଚନ୍ଦ୍ର ପୃଷ୍ଟି ସଭାପରିଚାଳନା କରିଥିବା ବେଳେ ସରପଞ୍ଚ ସସ୍ମିତା ଧିନ୍ଦା,ରାଧାକାନ୍ତ ଦାସ,ଚିତ୍ତରଞ୍ଜନ ପଣ୍ଡା,କିଶୋରୀ ପ୍ରଧାନ,ନିର୍ବାହୀ ଅଧିକାରୀ ମାନସୀ ସେଠୀ,ଏମଵିକେ ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା କୁରୁଣ୍ଟା ପଞ୍ଚାୟତରେ ଜିଲା ପରିଷଦ ସଭ୍ୟ ମାନସ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରାକ୍ତନ ସରପଞ୍ଚ ଅକ୍ଷୟ ମହାପାତ୍ର,ଅଜୟ ପଣ୍ଡା,ରମାକାନ୍ତ ପଣ୍ଡା,ରତ୍ନାକର ପଣ୍ଡା,ସାମ୍ବାଦିକ ତପୋଧନ ବାରିକ ଓ ମନୋଜ ପ୍ରଧାନ,ନିର୍ବାହୀ ଅଧିକାରୀ ହେମନ୍ତ ସାମଲ,ଏମବିକେ ମମତା ପ୍ରଧାନ,ଏଏନଏମ ସଞ୍ଜୁଲତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ା ସରପଞ୍ଚ ପ୍ରକାଶ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଡୁଙ୍ଗୁରା ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଭାଧାରୀ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା