Odisha news

ଛିଡା ହୋଇଥିବା ଯୁବକକୁ ପଛରୁ ପିଟିଲା ବାଇକ , ଜଣେ ଗୁରୁତର

0
ବେତନଟୀ :  ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା -ମାଣତ୍ରୀ ଏମଡିଆର-୭୦  ରାସ୍ତା ପାର୍ଶ୍ଵରେ  ଜନୈକ ଯୁବକ ଜଣକ ଛିଡା ହୋଇଥିବା ବେଳେ ପଛ ପଟୁ ଏକ ଅଜଣା ବାଇକ ଧକ୍କା ଦେବା ଫଳରେ ସେ ଗୁରୁତର ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କେନ୍ଦୁଆ ଗ୍ରାମର ମଙ୍ଗଲ ସିଂ ର ପୁଅ ବାପି ସିଂ(୧୫) ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ଠାରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା  ବେଳେ ଏକ ଦୃତଗାମୀ ଅଜଣା ଗାଡି ପଛ ପଟୁ ଥକ୍କା ଦେବା ଯୋଗୁଁ ତାଙ୍କ ଡାହାଣ ଗୋଡ ସମ୍ପୂର୍ଣ୍ଣ  ଭାଙ୍ଗି ଯାଇଥିଲା l ଉପସ୍ଥିତ ଲୋକ ମାନେ ସଙ୍ଗେ ସଙ୍ଗେ ଗୁରୁତର ବାପି କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିଲେ l ପ୍ରାଥମିକ ଚିକିତ୍ସା ପରେ ବାପିକୁ ବାଲେଶ୍ଵର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ଜଣା ଯାଇଛି ।

Leave A Reply