ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗୋଳ ପଞ୍ଚାୟତର ଏକ ଦୁଷ୍କର୍ମ ଘଟଣାକୁ ନେଇ ବୈଶିଙ୍ଗା ଥାନାରେ ଦେଢଶୁରଙ୍କ ବିରୋଧରେ ଭାଇ ବୋହୁ ଅଭିଯୋଗ କରିଥିବା ଜଣାଯାଇଛି। ଘରେ କେହି ନଥିବା ସୁଯୋଗରେ ସମ୍ପର୍କୀୟ ସାନ ଭାଇଙ୍କ ଘରେ ପଶି ତାଙ୍କ ୨୧ ବର୍ଷୀୟା ସ୍ତ୍ରୀ ଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରାଯାଇଥିଲା। ଏ ସଂକ୍ରାନ୍ତରେ ପୋଲିସ ପକ୍ଷରୁ କେସ୍ ନଂ ୪୭/୨୪ ରୁଜୁ କରାଯାଇ ଅଭିଯୁକ୍ତ ବିନୟ ଦାସ ଙ୍କୁ ଗିରଫ କରିବାକୁ ଚେଷ୍ଟା ଚାଲିଥିବା ସତ୍ତ୍ଵେ ଏପର୍ଯ୍ୟନ୍ତ ପୋଲିସ ସକ୍ଷମ ହୋଇପାରି ନାହିଁ। ତେବେ ଆଜି ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ପିଡିତାଙ୍କ ୧୬୪ ଧାରା ଅନୁସାରେ ବୟାନ ରେକର୍ଡ କରାଯାଇଛି। ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବୈଶିଙ୍ଗା ଆଇଆଇସି ତପନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।