– ୟୁଏଇ ପ୍ୟାକ୍, ଯୁକ୍ତରାଷ୍ଟ୍ର ଆମେରିକା ପ୍ୟାକ୍, ବାର୍ଷିକ ପ୍ୟାକ୍ ଭାବରେ ୩ ନୂତନ ସେଟ୍ ପ୍ଲାନ ଶୁଭାରମ୍ଭ କରାଯାଇଛି
– ଇନ୍-ଫ୍ଲାଇଟ୍ ପ୍ୟାକ୍ ଦରରେ ୬୦% ହ୍ରାସ (ଲୋକାଲ୍ ଟାରିଫ୍ ଠାରୁ କମ୍)
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୟୁଏଇ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ବାର୍ଷିକ ପ୍ୟାକ୍ ପାଇଁ ନୂତନ ଆନ୍ତର୍ଜାତୀୟ ରୋମିଂ ପ୍ଲାନ ଶୁଭାରମ୍ଭ କରାଯାଇଛି । ଏଥି ସହିତ ଗ୍ରାହକମାନଙ୍କ ପାଇଁ ବାର୍ଷିକ ରୋମିଙ୍ଗ ପ୍ଲାନ ଶୁଭାରମ୍ଭ ସହ ଜିଓ ପକ୍ଷରୁ ୬୦ ପ୍ରତିଶତ ଶସ୍ତା ବିମାନ ମଧ୍ୟର ପ୍ଲାନ ଆରମ୍ଭ କରାଯାଇଛି।
ୟୁଏଇ ପାଇଁ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍:
ୟୁଏଇ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍ ଅଧୀନରେ ଜିଓ ତିନୋଟି ନୂତନ ପ୍ଲାନ ଶୁଭାରମ୍ଭ କରିଛି । ଏହା ୨୯୯୮ ଟଙ୍କା,୧୫୯୮ ଟଙ୍କା ଏବଂ ୮୯୮ ଟଙ୍କା ମୂଲ୍ୟର ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍ ପ୍ରଚଳନ କରିଛି।
୨୯୯୮ ଟଙ୍କାର ପ୍ଲାନରେ ଗ୍ରାହକମାନେ ୨୫୦ ଆଉଟଗୋଇଙ୍ଗ ମିନିଟ୍ ଏବଂ ୨୫୦ ଇନକମିଙ୍ଗ ମିନିଟ୍ ପାଇବେ । ୨୧ ଦିନ ବୈଧତା ରହିଥିବା ଏହି ପ୍ଲାନରେ ୭ ଜିବି ହାଇସ୍ପିଡ଼ ଡାଟା ଏବଂ ୧୦୦ ଏସଏମଏସ ଉପଲବ୍ଧ ହେଉଛି । ସେହିଭଳି ୧୫୯୮ ପ୍ଲାନର ବୈଧତା ୧୪ ଦିନ ରହିଥିବା ବେଳେ ଏଥି ସହିତ ୩ ଜିବି ହାଇସ୍ପିଡ଼ ଡାଟା, ୧୦୦ ଏସଏମଏସ ଏବଂ ୧୫୦ ଇନକମିଙ୍ଗ ଓ ଆଉଟଗୋଇଙ୍ଗ ମିନିଟ୍ ଉପଲବ୍ଧ ହେଉଛି । ସାତ ଦିନ ବୈଧତା ରହିଥିବା ୮୯୮ ଟଙ୍କିଆ ପ୍ଲାନ ରେ ୧ ଜିବି ହାଇସ୍ପିଡ଼ ଡାଟା, ୧୦୦ ଏସଏମଏସ ଏବଂ ୧୦୦ ଇନକମିଙ୍ଗ ଓ ଆଉଟଗୋଇଙ୍ଗ ମିନିଟ୍ ଉପଲବ୍ଧ ହେଉଛି ।
ଆମେରିକା ପାଇଁ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍:
ୟୁଏଇ ରୋମିଂ ପ୍ୟାକ୍ ଭଳି ଜିଓ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା ପାଇଁ ତିନୋଟି ନୂତନ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍ ଘୋଷଣା କରାଯାଇଛି । ୩୪୫୫ ଟଙ୍କା, ୨୫୫୫ ଟଙ୍କା ଏବଂ ୧୫୫୫ ଟଙ୍କା ରହିଥିବା ଏହି ପ୍ଲାନ ଗୁଡିକରେ ଉଭୟ କଲିଂ ଓ ହାଇସ୍ପିଡ଼ ଡାଟା ସୁବିଧା ରହିଛି ।
୩୦ ଦିନ ବୈଧତା ରହିଥିବା ୩୪୫୫ ଟଙ୍କିଆ ପ୍ଲାନ ରେ ୨୫୦ ମିନିଟ କଲିଂ, ୧୦୦ ଏସଏମଏସ ସହିତ ୨୫ ଜିବି ହାଇସ୍ପିଡ଼ ଡାଟା ଉପଲବ୍ଧ ହେଉଛି। ୨୧ ଦିନ ବୈଧତା ରହିଥିବା ୨୫୫୫ ଟଙ୍କିଆ ପ୍ଲାନ ରେ ୨୫୦ ମିନିଟ କଲିଂ, ୧୦୦ ଏସଏମଏସ ଏବଂ ୧୫ ଜିବି ହାଇସ୍ପିଡ଼ ଡାଟା ଉପଲବ୍ଧ ହେଉଛି। ସେହିଭଳି ୧୦ ଦିନ ବୈଧତା ରହିଥିବା ୧୫୫୫ ଟଙ୍କିଆ ପ୍ଲାନ ରେ ୧୫୦ ମିନିଟ କଲିଂ, ୧୦୦ ଏସଏମଏସ ଏବଂ ୭ ଜିବି ହାଇସ୍ପିଡ଼ ଡାଟା ଉପଲବ୍ଧ ହେଉଛି ।
ବାର୍ଷିକ ରୋମିଂ ପ୍ୟାକ୍:
ନୂତନ ଆନ୍ତର୍ଜାତୀୟ ରୋମିଂ ପ୍ଲାନ ସହିତ ଜିଓ ଏକ ନୂତନ ବାର୍ଷିକ ପ୍ୟାକ୍ ମଧ୍ୟ ଆଣିଛି ଯାହାର ମୂଲ୍ୟ ୨୭୯୯ ଟଙ୍କା ରହିଛି । ୫୧ ଟି ଦେଶ ପାଇଁ ପ୍ରଯୁଜ୍ୟ ରହିଥିବା ଏହି ପ୍ଲାନ ର ବୈଧତା ୩୬୫ ଦିନ ରହିଥିବା ବେଳେ ଏଥିରେ ୨ ଜିବି ହାଇସ୍ପିଡ଼ ଡାଟା, ୧୦୦ ଏସଏମଏସ ଏବଂ ୧୦୦ ଇନକମିଙ୍ଗ ଓ ଆଉଟଗୋଇଙ୍ଗ ମିନିଟ୍ ଉପଲବ୍ଧ ହେଉଛି ।
ଇନ୍-ଫ୍ଲାଇଟ୍ ଡାଟା ପ୍ୟାକ୍:
ଜିଓ ୧୯୫ ଟଙ୍କା, ୨୯୫ ଟଙ୍କା ଏବଂ ୫୯୫ ଟଙ୍କା ମୂଲ୍ୟର ତିନିଟି ନୂତନ ଇନ୍-ଫ୍ଲାଇଟ୍ ପ୍ଲାନ ପ୍ରଚଳନ କରିଛି। ସମସ୍ତ ତିନୋଟି ପ୍ଲାନର ବୈଧତା ଏକ ଦିନ ରହିଥିବା ବେଳେ ଏଥିରେ ଉପଭୋକ୍ତାମାନେ ୧୦୦ ଭଏସ୍ ମିନିଟ୍ ଏବଂ ୧୦୦ ଏସ୍ଏମ୍ଏସ୍ ପାଇପାରିବେ। ସେହିଭଳି ୧୯୫ ଟଙ୍କିଆ ପ୍ଲାନରେ ୨୫୦ ଏମବି, ୨୯୫ ଟଙ୍କିଆ ପ୍ଲାନରେ ୫୦୦ ଏମବି ଏବଂ ୫୯୫ ଟଙ୍କିଆ ପ୍ଲାନରେ ୧ ଜିବି ହାଇସ୍ପିଡ଼ ଡାଟା ଉପଲବ୍ଧ ହେଉଛି ।
ସେହିଭଳି ଜିଓ ପକ୍ଷରୁ ବିଭିନ୍ନ ଦେଶ ପାଇଁ ଫ୍ଲାଇଟ୍ ଭଏସ୍ ଏବଂ ଡାଟା ପ୍ୟାକ୍ ମଧ୍ୟ ଶୁଭାରମ୍ଭ କରାଯାଇଛି ଯାହା ୨୨ ଟି ଏୟାରଲାଇନ ଓ ୫୧ ଟି ପର୍ୟ୍ୟନ୍ତ ଦେଶ ପାଇଁ ପ୍ରଯୁଜ୍ୟ ହେବ। ଏହି ନୂଆ ଇନ୍-ଫ୍ଲାଇଟ୍ ପ୍ଲାନ ଗୁଡିକର ମୂଲ୍ୟ ୨୪୯୯ ଟଙ୍କା, ୩୯୯୯ ଟଙ୍କା, ୪୯୯୯ ଟଙ୍କା ଏବଂ ୫୯୯୯ ଟଙ୍କା ରହିଛି ।