ବାଲିପାଟଣା : ବନମାଳୀପୁର ଡିଗ୍ରୀ କଲେଜ ରେ ଆଜି ପୂର୍ବାହ୍ନ ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।ଅଧକ୍ଷ ମୂରଲୀଧର ସାହୁ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟାପକ ତଥା ଗାଳ୍ପିକ ଆଭାସ କୁମାର ବରାଳ ଯୋଗଦେଇ ଶିକ୍ଷାୟତନ ପରିସର ରେ ଏକ ଶିକ୍ଷା ଅନୁକୂଳ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ।ମୁଖ୍ୟ ବକ୍ତା ବନମାଳୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ କଲ୍ୟାଣ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବରେ କଲେଜ ପ୍ରତିଷ୍ଠାତା ରମେଶ ଚନ୍ଦ୍ର ସାହୁ,ଶିଳ୍ପପତି ରଶ୍ମିରଞ୍ଜନ ବଳିୟାରସିଂହ,ପୂର୍ବତନ ବ୍ୟାଙ୍କ୍ ଅଧିକାରୀ ଭରତ ଚନ୍ଦ୍ର ପାତ୍ର,ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଯୋଗଦେଇ ଛାତ୍ର,ଛାତ୍ରୀ ମାନେ ନିଜଭିତରେ ଥିବା ପ୍ରତିଭା ର ବିକାଶ ପାଇଁ ସକାରାତ୍ମକ ଚିନ୍ତାଧାରା ଭିତରେ ଉଦ୍ୟମ କରି ଆଗକୁ ବଢିବା ଦରକାର ବୋଲି କହିଥିଲେ।ନୋଡାଲ ଅଫିସର ଉମେଶ ଚନ୍ଦ୍ର ନାୟକ ସ୍ଵାଗତ ଭାଷଣ ଦେଇଥିଲେ।ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ସଫଳତା ପାଇଁ ସହଯୋଗ କରିଥିବା ଖେଳ ଶିକ୍ଷକ ଲକ୍ଷ୍ମଣ କୁମାର ପାତ୍ର,ଶିବପ୍ରସାଦ ବେହେରା ଓ ପୂର୍ବତନ ସରପଂଚ କାଶୀନାଥ ବାରିକ୍ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରମାଣ ପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଅଧ୍ୟାପକ ସୁଶାନ୍ତ ମହାପାତ୍ର,ମନୋଜ ସାହୁ,ସନ୍ତୋଷ ଦାସ,ସୂର୍ଯ୍ୟ ପଣ୍ଡା,ଲକ୍ଷ୍ମୀପ୍ରିୟା ଜେନା,ମହାମାୟା ମହାପାତ୍ର, ଅଜୟ ମିଶ୍ର,ରଶ୍ମିତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ର ସଫଳତାରେ ସହଯୋଗ କରିଥିଲେ।ନାଟକ ଘର ଜୋଇଆଁ ଝିଅ ଜିଲ୍ଲାସ୍ତରରେ ୨ୟ ହୋଇଥିବାରୁ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ରଶ୍ମିରେଖା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।