ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ଡି ତହସିଲ ତରଫରୁ ଆଜି ଆୟୋଜିତ ” ରାଜସ୍ବ ମେଳାରେ ଗ୍ରାମକଣ୍ଟକ ପଟ୍ଟା ବଣ୍ଟନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲପାଳ ଶ୍ରୀଯୁକ୍ତ ଆଶୁତୋଷ କୁଳକର୍ଣ୍ଣି ,ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ଗ୍ରାମକଣ୍ଠ ପଟ୍ଟା ପାଇବା ପାଇଁ ଦରଖାସ୍ତ କରିଥିବା
ଆବେଦନକାରୀ ମାନଙ୍କୁ ଆଜି ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ
ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଏବଂ ସ୍ଥାନୀୟ ବିଜେଡ଼ି ନେତୃବୃନ୍ଦ, କର୍ମୀ, ରାଜସ୍ବ ବିଭାଗ କର୍ମଚାରୀ ତଥା ଗ୍ରାମକଣ୍ଠ ପଟ୍ଟା ପାଇବା ପାଇଁ ଦରଖାସ୍ତ କରିଥିବା ତଥା ଆବେଦନକାରୀ ମାନଙ୍କ ଗହଣରେ ରହି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହିତ ଲୋକଙ୍କୁ ଗ୍ରାମକଣ୍ଠ ପଟ୍ଟା ପ୍ରଦାନ କରିଥିଲେ।ଏଣୁ ଗ୍ରାମବାସୀ ମାନଙ୍କ ତରଫରୁ ମାନ୍ୟବର ବିଧାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ।
