ବେତନଟୀ : ବୈଶିଙ୍ଗା ମହୋତ୍ସବ-୨୦୨୩ ର ସଫଳତା ପରେ ଚଳିତ ବର୍ଷ ଆରମ୍ଭରେ ଜାନୁଆରୀ ୨ତାରିଖରେ ବୈଶିଙ୍ଗା ମହୋତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି। ଆଜିର ଦ୍ୱିତୀୟ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଛନ୍ଦ ମାଧ୍ୟମରେ ଗାଁ ର ସଂସ୍କୃତି ସମ୍ବନ୍ଧରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଛୋଟ ମୋର ଗାଁଟି ର କଥା ବଖାଣିଥିଲେ।ମହୋତ୍ସବ କମିଟିର ସଭାପତି ଦେବେନ୍ଦ୍ର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ହରିହର ଖଟୁଆ ଯୋଗ ଦେଇ ଜଗନ୍ନାଥ ସଂସ୍କୃତିକୁ ବଖାଣିବା ସହିତ ମହୋତ୍ସବ କମିଟୀର ଚିନ୍ତାଧାରାକୁ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ବେତନଟୀ ବନାଞ୍ଚଳ ଅଧିକାରୀ ଯୋଗ ଦେଇ ତାଙ୍କର ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ସଭାପତି ଦେବେନ୍ଦ୍ର କୁମାର ପଣ୍ଡା ମହୋତ୍ସବର ସ୍ଥାନ ମହୁରୀ ଉଡାପଡିଆ ସ୍ଥାନ ପାଇ ଥିବାରୁ ଏହି ଗ୍ରାମବାସୀଙ୍କ ସମେତ ବୈଶିଙ୍ଗା ଅଞ୍ଚଳର ସମସ୍ତଙ୍କୁ ନବବର୍ଷର ଶୁଭ କାମନା ଜଣାଇଥିଲେ। ଶେଷରେ ସମ୍ପାଦକ ସତ୍ୟ ପ୍ରକାଶ ପ୍ରଧାନ ଗତ ବର୍ଷର ସଫଳତାକୁ ପାଥେୟ କରିବା ସହିତ ସାମ୍ବାଦିକ ସୁଦୀପ୍ତ କୁମାର ପଣ୍ଡା ଙ୍କ ଅକାଳ ବିୟୋଗ ରେ ବୈଶିଙ୍ଗା ମହୋତ୍ସବ ର ସମସ୍ତ କର୍ମ କର୍ତ୍ତା, ଉପସ୍ଥିତ ଥିବା ସାମ୍ବାଦିକ ବନ୍ଧୁ ଏବଂ ଜନ ସାଧାରଣ ଦୁଇ ମିନିଟ ନିରବ ପାର୍ଥନା କରିଥିଲେ । ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।ଏହାପରେ ଆଟ୍ରାକ୍ସନ୍ ଗୃପ୍ ର ନାଚ ଗୀତରେ ଦର୍ଶକ ତାଳେ ତାଳେ ନାଚିଥିଲେ।