Odisha news

ବିଜେଡି ନେତ୍ରୀଙ୍କ ସାଙ୍ଗଠନିକ ବୈଠକ 

0
ନିରାକାର ପୁର,୧୦/୧୨: ଖୋରଧା ନିର୍ବାଚନମଣ୍ଡଳୀ, ବାଜପୁର ଗ୍ରା. ପ. ର ବିଜୁ ଜନତା ଦଳ ର ଏକ ସାଙ୍ଗଠନିକ ବୈଠକ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧକ୍ଷ ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଅଇଛି l ଯୁବ ସଂଗଠକ ତପନ କୁମାର ନାୟକ (ୱାର୍ଡ ମେମ୍ବର ), ବସନ୍ତ କୁମାର ଷଢଙ୍ଗୀ, ଚନ୍ଦନ ପରିଡା, ଦିଲ୍ଲୀପ କୁମାର କାଣ୍ଡି ଏବଂ ସ୍ନେହଲତା ପରିଡା ଙ୍କ ସଂଯୋଜନା ରେ ଏହି ବୈଠକ ରେ ପଞ୍ଚାୟତ ର ପ୍ରତେକ ୱାର୍ଡ ରୁ ପ୍ରାୟ ୧୭୦ ଜଣ ମହିଳା ଯୁବଛାତ୍ର ଓ ବରିଷ୍ଠ କର୍ମୀ ମାନେ ଯୋଗ ଦେଇଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବହୁବିଧ ଯୋଜନା ଏବଂ ୫ଟି ଅଧକ୍ଷ ଭି. କେ. ପାଣ୍ଡିଆନ ଙ୍କ ତ୍ୟାଗ ନିଷ୍ଠା ଯୋଗୁ ଓଡିଶା ଏକ ବିକଶିତ ରାଜ୍ୟରେ ପରିଚିତ ପ୍ରତିଷ୍ଠିତ ହେବାକୁ ଯାଉଥିବାରୁ ସମସ୍ତ କର୍ମୀ ମାନେ ଏକଜୁଟ ହୋଇ ସାଢେ ଚାରି କୋଟି ଓଡ଼ିଆ ଙ୍କ ଭରଷା ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରିବାକୁ ନିବେଦନ ବାଢିଥିଲେ ଶ୍ରୀମତୀ ମହାପାତ୍ର l ସୁଖଦୁଃଖ,ଦୁର୍ଦ୍ଧିନରେ, ଦୈବୀଦୁର୍ବିପାକ ରେ ସମର୍ପିତ ଭାବନେଇ ସମାଜ ସେବାକୁ ଆପଣେଇ ଥିବା ପ୍ରିୟ ନେତ୍ରୀ ବାସନ୍ତୀ ମହାପାତ୍ର ଙ୍କ ନେତୃତ୍ୱ ପ୍ରତି ଆସ୍ଥା ଓ ବିଶ୍ୱାସ ପ୍ରକଟ କରାଯିବା ସହ ତାଙ୍କୁ ଅକୁଣ୍ଠା ସମର୍ଥନ ଦିଆଯିବା ପାଇଁ ସିଦ୍ଧାନ୍ତ ନିଆଗଲା l

Leave A Reply