Odisha news

ଓଡ଼ିଶା ଦେଶରେ ମହିଳା ବିରୋଧୀ ଅପରାଧରେ ଏକ ନମ୍ବର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଦେଶରେ ମହିଳା ବିରୋଧୀ ଅପରାଧରେ ଏକ ନମ୍ବର ଓଡ଼ିଶା। ମହିଳା ଅତ୍ୟାଚାରରେ ଓଡ଼ିଶା ସମସ୍ତଙ୍କ ମୁଣ୍ଡକୁ ତଳକୁ କରୁଛି, ସାରା ଦେଶରେ ଓଡ଼ିଶା ଆଜି ନିନ୍ଦିତ। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଯୋଗଦେଇ ଏଭଳି ଟିପ୍ପଣୀ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାରଙ୍କ ମହିଳା କଲ୍ୟାଣକାରୀ ଯୋଜନାକୁ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିରୋଧରେ ମହିଳା ବିରୋଧୀ ଅପରଧକୁ ନେଇ ରାଜ୍ୟ ସାରା ଦୁର୍ବାର ଆନ୍ଦୋଳନ କରିବ ମହିଳା ମୋର୍ଚ୍ଚା। ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ଦେଶରେ ମହିଳା ବିରୋଧୀ ଅପରାଧରେ ଏକ ନମ୍ବର ଓଡ଼ିଶା। ମହିଳା ଅତ୍ୟାଚାରରେ ଓଡ଼ିଶା ସମସ୍ତଙ୍କ ମୁଣ୍ଡକୁ ତଳକୁ କରୁଛି, ସାରା ଦେଶରେ ଓଡ଼ିଶା ଆଜି ନିନ୍ଦିତ। ଦୁର୍ନୀତିଗ୍ରସ୍ତ ଏବଂ ଭ୍ରଷ୍ଟାଚରୀ ଶାସନ ବ୍ୟବସ୍ଥା, ବିଜେଡି ନେତା, ମନ୍ତ୍ରୀଙ୍କ ନାଁରେ କେଳେଙ୍କାରୀର ଅଭିଯୋଗ ଅଛି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ୮୦ ପ୍ରତିଶତ ଲୋକ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ଏବଂ ଆତ୍ମନିର୍ଭର କରିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା, ମୁଦ୍ରା ଋଣ, ସୌଭାଗ୍ୟ ଯୋଜନାରେ ବିଜୁଳି, ୭୭ ଲକ୍ଷ ଘରେ ଶୌଚାଳୟ, ସ୍ଵଜଳ ଧାରା ଯୋଜନାରେ ଓଡ଼ିଶାରେ ୫୩ଲକ୍ଷ ଘରେ ନଳ ଯୋଗେ ଜଳ ଯୋଗାଇଛନ୍ତି। ଦୁଇ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନେଇବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ସବୁ ଯୋଜନାର ବାର୍ତ୍ତା ଘରେ ଘରେ ପହଞ୍ଚାଇବ ବିଜେପି ମହିଳା ମୋର୍ଚ୍ଚା।

Govt
Leave A Reply