ପାରାଦୀପ : ଚାଲିଥିଲା ଅବାଧରେ ତେଲ ଚୋରା କାରବାର | ପ୍ରତିଦିନ ରୋଜଗାର ହେଉଥିଲା ହଜାର ହଜାର ଟଙ୍କା | ଏହା ପୁଣି ହେଉଥିଲା ରାଜପଥ କଡରେ | ସମସ୍ତେ ଜାଣି ବି ହେଉଥିଲେ ଅଜଣା | କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନୁହଁ ପରି ଚୋରା କାରବାର ରେ ଆଲୁଅ ଜଳିଗଲା | ଆଉ ସବୁ କଥା ଏବେ ହାଟରେ ପଡି ଦାଣ୍ଡରେ | ରାତି ଅଧରେ ହୁହୁ ହୋଇ ନିଆଁ ଲାଗୀ ସବୁ ପୋଡି ପାଉଁଶ |ଏଭଳି ଘଟଣା ଘଟିଛି ପାରାଦୀପ ମେନ ରୋଡ ପିପିଏଲ ଛକ ରେ | ମେନ ରୋଡ କଡରେ ଏକ ଗ୍ୟାରେଜ ଆଉ ଗ୍ୟାରେଜ ପାଖରେ ପଡିଛି କଣ୍ଟେନର | ସେହି କଣ୍ଟେନର ଭିତରେ ଗଛିତ ରହୁଥିଲା ହଜାର ହଜାର ଲିଟର ପେଟ୍ରୋଲ ଆଉ ଡିଜେଲ | ପାରାଦୀପ ରୁ ରାଜ୍ଯ ତଥା ରାଜ୍ଯ ବାହାରକୁ ଯାଉଥିବା ତେଲ ଟ୍ୟାଙ୍କର ଗୁଡିକ ର ଚାଳକ ମାନେ କିଛି ନିର୍ଦ୍ଧିଷ୍ଟ ଜାଗାରେ ତେଲ କାଢି ଦେଉଥିଲେ ଓ ଏହାକୁ କିଛି ଅସାଧୁ ତେଲ ବ୍ୟବସାୟୀ ମାନେ ଏକତ୍ରିତ ହୋଇ ରାସ୍ତା କଡରେ ପଡିଥିବା କଣ୍ଟେନର ଭିତରେ ତେଲ ମହଜୁତ ରଖୁଥିଲେ | ଆଉ ସମୟ ସୁବିଧା ଦେଖି ଟାଙ୍କି ରେ ବିକ୍ରି ହେଉଥିବା ମୂଲ୍ୟ ଠାରୁ କିଛି କମ କରି ଗାଡି ମାଲିକ ଙ୍କୁ ବିକ୍ରି କରୁଥିଲେ | କିନ୍ତୁ ଗତକାଲି ବିଳମ୍ବିତ ରାତ୍ରିରେ କୌଣଷି କାରଣରୁ ଏହି କଣ୍ଟେନର ରେ ହଠାତ ନିଆଁ ଲାଗିଯିବା ଫଳାରେ ପାଖରେ ଥିବା ଗ୍ୟାରେଜ ର ଦୁଇଟି ଟ୍ରକ ମଧ୍ଯ ଜଳି ଉଠିଲା | ପରିସ୍ଛିତି ଏଭଳି ହେଲାଯେ, କୁଜଙ୍ଗ ଓ ପାରାଦୀପ ର ଛ ଛ ଟି ଅଗ୍ନିଶମ ବାହିନୀ ର ଗାଡି ନିଆଁ କୁ ଆୟତ କରି ପାରିଲେ ନାହିଁ | ରାତି 3:ru ସକାଳ 6 ପର୍ଯ୍ୟନ୍ତ ତେଲ ର ନିଆଁ ଆଉ ଦୁଇଟି ଟ୍ରକ କୁ ଅଗ୍ନିସମ ବିଭାଗ ପକ୍ଷ୍ୟରୁ ଆପ୍ରାଣ ଚେଷ୍ଟା କରାଯିବା ସତ୍ତ୍ଵେ ଆୟତ ହୋଇ ପାରିଲା ନାହିଁ | ଆଖି ଆଗରେ ସବୁ ପୋଡି ପାଉଁଶ | ଆଉ ଏବେ ପୋଲିସ ଆରମ୍ଭ କରୁଛି ତଦନ୍ତ | କଣ୍ଟେନର ପକାଇଥିଲା କିଏ ? କଣ୍ଟେନର ପଡିଥିବା ଜାଗା ମାଲିକ କଣ ପାଇଁ କଣ୍ଟେନର ପକାଇବାକୁ ଅନୁମତି ଦେଇଥିଲେ ? କଣ୍ଟେନର କାହାର ? ସେଠାରେ ଚୋରା ତେଲ ବ୍ୟବସାୟ କରୁଥିଲା କିଏ ? ମେନ ରୋଡ ଉପରେ ଏହି କାରବାର ଚାଲୁଥିବା ବେଳେ ପୋଲିସ ଜାଣି ପାରିଲା ନାହିଁ କେମିତି ? ପେଟ୍ରୋଲିଂ ଗାଡି ପ୍ରତିଦିନ ସେହି ରାସ୍ତା ରେ ବୁଲୁଥିବା ବେଳେ ଦେଖି ପାରେନାହିଁ କିପରି ? କେଉଁ ନକଲି ମୋଟା ସାମ୍ବାଦିକ ଏଥିରେ ସମ୍ପୃକ୍ତ ? କାହା ମାଧ୍ୟମରେ ସବୁ ହେଉଥିଲା ନିୟନ୍ତ୍ରଣ ? ଏହି ସବୁ ପ୍ରଶ୍ନ ଏବେ ସାଧାରଣରେ ଆଲୋଚନା ହେଉଥିବା ବେଳେ ବଳକା ଥିବା 900 ଲିଟର ତେଲ କୁ ଅତି ସତର୍କତାର ସହ ତୈଲ ବିଶୋଧନାଗାର ପକ୍ଷ୍ୟରୁ ଆଜି ଜବତ କରାଯାଇଥିବା ବେଳେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିବ ବୋଲି ଜଣାପଡ଼ଛି |
