ବେତନଟୀ : ବଡ଼ସାହି ବ୍ଳକ ବୈଶିଙ୍ଗା ଥାନା ଅଧୀନ ବାବା କଖାରୁଆ ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ବିଜ୍ଞାନ ମେଳାର ସଂପାଦକ ହରିଶ୍ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଓ ଅତିଥ୍ ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ମେଳାର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ ବିଜ୍ଞାନ ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ବିଜ୍ଞାନ ମେଳାର ଅଧ୍ୟକ୍ଷ ତଥା ବ୍ଲକ୍ ଶିକ୍ଷା ଅଧିକାରୀଣୀ ମଧୁସ୍ମିତା ଗିରିଙ୍କ ଅଧ୍ଯକ୍ଷତାରେ କରିଥିବା ବେଳେ ଶିକ୍ଷକ ଜଗନ୍ନାଥ ମିଶ୍ର , ବାଣୀଶ୍ରୀ ସିଂହ ଓ କାହ୍ନୁ ଚରଣ ବାରିକ୍ ମିଳିତ ଭାବେ ମଞ୍ଚ ସଂଚାଳନ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିବା ସହିତ ପତାକା ଉତ୍ତୋଳନ କରିଥିଲେ । ସ୍ବତନ୍ତ୍ର ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ , ମୁଖ୍ୟବକ୍ତା ଭାବେ ମାଣତ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ମିଶ୍ର , ସମ୍ମାନୀୟ ଅତିଥି ଭାବେ ବଡ଼ସାହି ବ୍ଲକ ଅଧ୍ୟକ୍ଷା ମିନତୀ ସିଂ , ବଡ଼ସାହି ବ୍ଲକ ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ମଲ୍ଲିକ, ସୁବାସିନୀ ନାୟକ, ବିଶ୍ବନାଥ ହେମ୍ବ୍ରମ ,ଏବିଓ ପଦ୍ମଲୋଚନ ଦାସ , ମାଣତ୍ରୀ ସରପଞ୍ଚ ସାବିତ୍ରୀ ସିଂ , ବିଦ୍ୟାଳୟର ସଭାପତି ଦୀନବନ୍ଧୁ ବାରିକ ଯୋଗଦେଇଥିଲେ । ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ମନସ୍କ ହେବା ନିମନ୍ତେ ପ୍ରେରଣା ଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଲୋକସଭା ସଦସ୍ୟ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ମୁଖ୍ୟ ବକ୍ତା ମାଣତ୍ରୀ ଡାକ୍ତରଖାନା ଚିକିତ୍ସା ଅଧିକାରୀ ଡଃ ରଜନୀକାନ୍ତ ମହାପାତ୍ର , ସମ୍ମାନୀୟ ଅତିଥି ଭାବେ ଏବିଓ ରାଧିଆ ଚରଣ ମୁଣ୍ଡା, ଶଶୀଶେଖର ପଣ୍ଡା ଉପସ୍ଥିତ ରହି ବିଜ୍ଞାନର ଅନୁସନ୍ଧାନ ପାଇଁ ଶ୍ରଦ୍ଧା ଓ ଏକାଗ୍ରତା ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ବିଜ୍ଞାନ ମେଳାରେ ବିଭିନ୍ନ ବିଦ୍ୟାଳୟର ୧୨୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ଅତିଥି କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ବ୍ଳକର ସମସ୍ତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ସିଆରସିସି ,ଜନସାଧାରଣ ତଥା ଆଞ୍ଚଳିକ ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ । ପରିଶେଷରେ ବିଜ୍ଞାନ ମେଳାର କୋଷାଧ୍ୟକ୍ଷ ଦେବରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
