ଠାକୁରମୁଣ୍ଡା ତା ୨୨/୧୧ : ରାଜ୍ୟ ସରକାର ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର କୁ ଵିରୋଧ କରି ଭାଜପା ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରିରହିଛି।ପଶ୍ଚିମ ମୟୁରଭଞ୍ଜ ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ବିଜେପି ପକ୍ଷରୁ ବୁଧବାର ଦିନ ଅୟୋଜିତ ଜନ ଆକ୍ରୋଶ ରାଲି ରେ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।ଠାକୁରମୁଣ୍ଡା ମଣ୍ଡଳ ସଭାପତି ରଣଜିତ ବେହେରା ଓ ମହୁଲଡ଼ିହା ମଣ୍ଡଳ ସଭାପତି ଜଗଦୀଶ ମହାନ୍ତ ଙ୍କ ନେତୃତ୍ୱରେ କର୍ମୀ ମାନଙ୍କ ପକ୍ଷରୁ ବ୍ଲକ ଘେରାଉ ଅନୁଷ୍ଠିତ ହୋଇଥିଲା।ଠାକୁରମୁଣ୍ଡା ବାସୁଳି ମନ୍ଦିର ପ୍ରାଙ୍ଗଣ ରୁ ରାଲି ବାହାରି ଠାକୁରମୁଣ୍ଡା ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପଦର୍ଶନ କରାଯାଇଥିଲା।ଏହି ଅବସର ରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅୟୋଜିତ ସଭାରେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ,ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶିବାଜୀ ଗୌତମ ବର୍ମା ମହାନ୍ତ,ପୂର୍ବତନ ବିଧାୟକ ପଦ୍ମଚରଣ ହାଇବୁରୁ,ଜିଲା ସମ୍ପାଦକ,ବିମଲ ସେନାପତି,ସମ୍ପାଦିକା ସୁନାମଣୀ ହୋ,ପୁଷ୍ପାଞ୍ଜଳି ସିଧୁ,ଜିଲ୍ଲା ଆଦିବାସୀ ମୋର୍ଚ୍ଚ ସମ୍ପାଦକ ଯୁଗଳ ନାୟକ,ପୂର୍ବତନ ସରପଞ୍ଚ ଶୁକଲାଲ ପଳେୟା,ଯୋଗେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।ଉପସ୍ଥିତ ବକ୍ତା ମାନେ ରାଜ୍ୟ ସରକାର ଙ୍କ ବିଫଳତା,ଦୁର୍ନୀତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ଙ୍କୁ ସରକାର ବର୍ଷା ଦିନରେ କାର୍ଯ୍ୟାଦେଶ ଦେବା କାରଣରୁ ସେମାନେ ନିର୍ଦିଷ୍ଟ ସମୟରେ ବନସ ଟଙ୍କା ପାଇବାରୁ ବଞ୍ଚିତ ହେବା ଓ ଯୋଗ୍ୟ ହିତାଧିକାରୀ ଙ୍କୁ ଆବାସ ଯୋଜନା ରୁ ବଞ୍ଚିତ କରିବା ଘଟଣାକୁ ବକ୍ତା ମାନେ ରାଜ୍ୟ ସରକାର ଙ୍କୁ ସମାଲୋଚନା କରିଥିଲେ।ବ୍ଲକ ଘେରାଉ କାର୍ଯ୍ୟକ୍ରମ ରେ ବ୍ଲକ ର ୧୮ ଗୋଟି ଗ୍ରାମପଞ୍ଚାୟତ ରୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।ଶେଷ ରେ ଦଳ ପକ୍ଷରୁ ବ୍ଲକ ବିଡ଼ିଓ ଙ୍କୁ ଏକ ଦାବିପତ୍ର ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଥିଲା।
