ବ୍ରହ୍ମପୁର,୧୬।୧୧: ଅନଲାଇନରେ ପାର୍ଟ ଟାଇମ ଜବ୍ କରିବାକୁ ଇଚ୍ଛା ପ୍ରକାଶ କରି ବ୍ରହ୍ମପୁରରେ ରହୁଥିବା ଆଉ ଜଣେ ଯୁବକ ଫସିଛନ୍ତି ା ସାଇବର ଠକମାନେ ତାଙ୍କ ନିକଟରୁ ପାଖାପାଖି ୧ ଲକ୍ଷ ଟଙ୍କା ଠକି ନେଇଛନ୍ତି ା ସୂଚନାପ୍ରକାରେ, ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ଯୁବକ ଅଭିଶେକ ମହାପାତ୍ର ବ୍ରହ୍ମପୁର କମାପଲ୍ଲୀରେ ରହୁଛନ୍ତି ା ସେ ଟେଲିଗ୍ରାମ ସହ ଅନ୍ୟାନ୍ୟ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ା କିଛି ଦିନ ତଳେ ୱାଟସଆପରେ ତାଙ୍କ ନିକଟକୁ ଏକ ମେସେଜ ଆସିଥିଲା ା ପାର୍ଟ ଟାଇମ ଜବ୍ କରିବାକୁ ଚାହଁୁଥିଲେ ତଳେ ଦିଆଯାଇଥିଲା ଟେଲିଗ୍ରାମ ଚେନାଲରେ ଜଏନ କରିବାକୁ ସେହି ମେସେଜରେ ଉଲେଖ ରହିଥିଲା ା ସୋସିଆଲ ମିଡିଆରେ ପୋଷ୍ଟକୁ ଲାଇକ ଓ ଫଲୋ କଲେ ଘରେ ବସି ହଜାର ହଜାର ଟଙ୍କା ରୋଜଗାର କରିପାରିବେ ବୋଲି କୁହାଯାଇଥିଲା ା ଏହାପରେ ଅନଲାଇନ ପାର୍ଟ ଟାଇମ ଜବ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ା ସେହିକ୍ରମରେ ଅଭିନାଶ ଉକ୍ତ ଟେଲିଗ୍ରାମ ଚେନାଲରେ ଜଏନ କରିଥିଲେ ା ସେହି ଚେନାଲରେ ଜଏନ କରିବା ପରେ ଅଭିନାଶଙ୍କୁ କିଛି ପୋଷ୍ଟକୁ ଲାଇକ କରିବାକୁ କୁହାଯାଇଥିଲା ଏବଂ ଏଥିପାର୍ଇ କମିଶନ ମିଲିବ ବୋଲି ମଧ୍ୟ କୁହାଯାଇଥିଲା ା ସେହିପରି ଟେଲିଗ୍ରାମ ଚେନାଲର ଏକ ଭିଆଇପି ଗୃପରେ ଜଏନ କରିବାକୁ ପରାମର୍ଶ ଦିଆଯାଇଥିଲା ା ଅଭିନାଶ ୫୦୦୦ ଟଙ୍କା ଡିପୋଜିଟ କରି ସେହି ଭିଆଇପି ଗୃପରେ ଜଏନ କରିବା ପରେ ତାଙ୍କୁ ଆଉ ୩ ଟି କମା ଦିଆଯାଇଥିଲା ା ପ୍ରଥମ କାମ ଭାବେ ବିଟକଏନ କିଣିବାକୁ କୁହାଯାଇଥିବା ଏବଂ ଦ୍ବିତୀୟ କାମ ଭାବେ କ୨୪୮୦୦ ଟଙ୍କା ଜମା କରିବାକୁ କୁହାଯାଇଥିଲା ା ସେହିପରି ତୃତୀୟ କାମ ଭାବେ ଆଉ ୬୬୮୦୦ ଟଙ୍କା ଜମା କରିବାକୁ କୁହାଯାଇଥିଲା ା ଏହି ୩ଟି କାମ ସମ୍ପୂର୍ଣ୍ଣ ହେବା ପରେ ଳକ୍ଷାଧିକ ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଯିବ ବୋଲି କୁହାଯାଇଥିଲା ା ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ପଡି ଅଭିନାଶ ୨ ଟି ପର୍ଯ୍ୟାୟରେ ମୋଟ ୯୬ ହଜାର ୬୦୦ ଟଙ୍କା ଜମା କରିଦେଇଥିଲେ ା ଏହାପରେ ତାଙ୍କୁ କମିଶନ କିମ୍ବା ମୂଳଧନ ମିଳିବା ବଦଳରେ ଆଉ ଅଧିକ ଟଙ୍କା ଡିପୋଜିଟ କରିବାକୁ କୁହାଯାଇଥିଲା ା ଅଭିନାଶଙ୍କ ସନ୍ଦେହ ହେବା ସହ େସ ସାଇବର ଠକଙ୍କ କବଳରେ ପଡିଯାଇଥିବା ଜାଣିବାକୁ ପାଇଥିଲେ ା ଏ ନେଇ ଅଭିନାଶ ସାଇବର ହେଲ୍ପ ଲାଇନ ନମ୍ବର ୧୯୩୦କୁ କଲ କରି ଅଭିଯୋଗ କରିଥିଲେ ା ଏହା ପରେ ଗତକାଲି ସେ ବୈଦ୍ୟନାଥପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ା ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ା