ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ପଞ୍ଚାୟତରେ ଏକ କଳା ରଙ୍ଗର ବୁଲା କୁକୁର ପାଗଳ ହୋଇ ଆତଙ୍କ ସୃଷ୍ଟି କରୁଛି ! ସିହା ଗ୍ରାମରେ ନିର୍ମାଣାଧୀନ ଉତ୍କଳ ବିଶ୍ୱବିଦ୍ୟାଳୟ(ଗ୍ରାମୀଣ) କ୍ୟାମ୍ପସ ପରିସର ଜଙ୍ଗଲ ଭିତରେ କୁକୁରଟି ଲୁଚି ରହି ସେହିରାସ୍ତାଦେଇ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରୁ ଥିଲା ବେଳେ ମଝିରେ ମଝିରେ ଏଣେତେଣେ ଦୌଡି ଲୋକଙ୍କୁ କାମୁଡ଼ି ପକାଉଛି ! ତିନିଦିନ ମଧ୍ୟରେ ସେହି କୁକୁର କାମୁଡ଼ାରେ ସିହା, କୋଲାସିଂହ, ଖରମଙ୍ଗୀ ଓ ଗୋଡ଼ିମାଗୁରା ଆଦି ଗ୍ରାମର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଲୋକ ଓ ଶିଶୁ ଆହତ ହୋଇ ସାରିଲେଣି ! କୁକୁର ଭୟରେ ଲୋକେ ଘରୁ ବାହାରକୁ ବାହାରିବା ଏବଂ ପିଲାମାନେ ଯିବାରେ ସମସ୍ୟା ଦେଖାଦେଇଛି! ଯୁବକ ମାନେ ସେହି କୁକୁରକୁ କାବୁ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେ କୌଣସି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହୁ ନ ଥିବାରୁ ତାହା ସମ୍ଭବ ହୋଇ ପାରୁ ନାହିଁ!।ଏହି ପାଗଳ କୁକୁରକୁ ଏଠାରୁ ଧରି ନେଇଯିବାକୁ ସ୍ଥାନୀୟ ଲୋକେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସହାୟତା ଟୋଲ୍ ଫ୍ରୀ ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି!ଏହି ପାଗଳ କୁକୁର କାମୁଡାରେ ଆଉ ଅଧିକ ଲୋକେ ଆହତ ହେବା ପୂର୍ବରୁ ତାକୁ କାବୁକରି ଏଠାରୁ ନେଇ ଯିବାକୁ ପ୍ରଶାସନ ନିକଟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବୀ ହୋଇଛି !