Odisha news

ସର୍ବଭାରତୀୟ ରାଜକନିକା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ,ଫାଇନାଲରେ ୟଙ୍ଗ ଉତ୍କଳ ଫୁଟବଲ କ୍ଲବ୍‌କୁ ଭେଟିବ ପପୁଲାର କ୍ଲବ୍‌

0
ରାଜକନିକା,୧୧/୧୧    ରାଜକନିକା       ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆର୍‌ଏନ୍ ହାଇସ୍କୁଲ ଷ୍ଟାଡିୟମରେ ଚାଲିଥିବା ୪୨ତମ ସର୍ବଭାରତୀୟ ରାଜକନିକା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର  ଶନିବାର ୨ୟ ସେମିଫାଇନାଲ ଖେଳରେ ୟଙ୍ଗ  ଉତ୍କଳ କ୍ଲବ୍‌, କଟକ ୭-୦ ଗୋଲରେ ଝାରଖଣ୍ଡର ଧାନବାଦ୍ ଫୁଟବଳ କ୍ଲବ୍‌କୁ  ହରାଇ ବିଜୟୀ ହୋଇଛି । ୟଙ୍ଗ ଉତ୍କଳ କ୍ଲବ୍ ଉଚ୍ଚମାନର ଖେଳ ପ୍ରଦର୍ଶନ କରି ୭ଟି ଗୋଲ ଦେଇ ବିଜୟୀ ହୋଇଛି । ଆଜିର ଖେଳରେ ବିଜୟୀ ହେବା ପରେ ୟଙ୍ଗ ଉତ୍କଳ କ୍ଲବ୍ କଟକ ରବିବାର ପପୁଲାର ଫୁଟବଲ କ୍ଲବ୍ ଢ଼େଙ୍କାନାଳ ସହିତ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଶିକ୍ଷାବିତ୍ ଦାମୋଦର ରାଉତ, ପ୍ରାକ୍ତନ ଶିକ୍ଷକ ଶିବ ପ୍ରସାଦ ଜେନା ଏବଂ ସାମାଜିକ କର୍ମୀ ଗଙ୍ଗାଧର ବିଶ୍ୱାଳଙ୍କ ସ୍ମୃତିରେ ଆୟୋଜିତ ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ  ଓଡ଼ିଶା ଏନ୍‌ସିସିର କର୍ଣ୍ଣେଲ ସାଗର ମହାନ୍ତି, ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ଧରଣୀଧର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ମିଶନ ଶକ୍ତିର ଯୁଗ୍ମ ସଚିବ ବିନୋଦ କୁମାର ଜେନା, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନ୍‌ଜୀବୀ ହିମାଂଶୁ ଭୂଷଣ ସୂତାର, ଆଇନ୍‌ଜୀବୀ କ୍ଷୀରୋଦ ରାଉତ, ପ୍ରାକ୍ତନ ଏସି ଇଂ ଶିବନାରାୟଣ ବାରିକ୍‌, ପ୍ରମୋଦ କୁମାର ରାଉତ, ଡ଼କ୍ଟର ମିଥିଲା ଦାସ, ଇଂ ପ୍ରତାପ  ରଞ୍ଜନ ରାଉତ, ଡ଼ାକ୍ତର ଜିତେନ୍ଦ୍ର କୁମାର ରାଉତ, ଶୁଭାଶିଷ ରାଉତରାୟ, ମାନସ କୁମାର ଧଳ ଏବଂ  ବିଚିତ୍ର କୁମାର ରାଉତ  ପ୍ରମୁଖ ଯୋଗଦେଇ ୟଙ୍ଗ ଉତ୍କଳ ଫୁଟବ୍‌ଲ କ୍ଲବ୍ କଟକର  ଖେଳାଳୀ ରାକେଶ ସାହୁଙ୍କୁ  ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳକୁ ରେଫେରୀ ଭାବେ ଜ୍ୟୋତି ରଞ୍ଜନ ସାହୁ, ସୁଦିପ୍ ଦାସ, ଶଶିକାନ୍ତ ଦାସିଆ, ଗୋଲଖ ବିହାରୀ ମଲ୍ଲିକ ଏବଂ ଅରୁଣ କୁମାର ବାରିକ୍ ପରିଚାଳନା କରିଥିଲେ । ଆସୋସିଏସନ୍‌ର ସଭାପତି ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ସାଧାରଣ ସଂପାଦକ ଅଜୟ କୁମାର ନାୟକ,ଉପସଭାପତି କପିଳେନ୍ଦ୍ର ମଲ୍ଲିକ ଉପସଭାପତି ବୈକୁଣ୍ଠନାଥ ପରିଡ଼ା, ଯୁଗ୍ମ ସଂପାଦକ ଇଁ ପ୍ରଶାନ୍ତ କୁମାର ବିଶ୍ୱାଳ, ଫକୀର ଚନ୍ଦ୍ର ପ୍ରଧାନ, ପ୍ରାଣବନ୍ଧୁ ରାଉତ, ସହ ସଂପାଦକ ଅଜୟ କୁମାର ରାଉତ,କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ଫୁଟବଲ ସଂପାଦକ ଶିବ ପ୍ରସାଦ ମଲ୍ଲିକ, ସୌମ୍ୟକାନ୍ତ ନାୟକ ଏବଂ ଶରତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।
Ad2
Leave A Reply