Odisha news

ସୋର ଷ୍ଟେସନରେ ନକଲି ଆର୍‌ପିଏଫର ଦୌରାତ୍ମ୍ୟ : ଅସଲି ଇଙ୍ଗିତରେ ଚାଲିଛି ନିଶାକାରବାର: 

0
ସୋର, ୮/୧୧- ଗତ କିଛିଦିନ ହେଲା ସୋର ଷ୍ଟେସନରେ ରାତ୍ରିକାଳୀନ ଡ୍ୟୁଟି ନାମରେ ଜଣେ ନକଲି ଆର୍‌ପିଏଫର ଦୌରାତ୍ମ୍ୟରେ ଅତିଷ୍ଟ ହୋଇପଡ଼ୁଛନ୍ତି ସାଧାରଣ ଲୋକେ । ରେଲୱେ ପ୍ରୋଟେକ୍ସନ୍ ଫୋର୍ସର ଅବିକଳ ପୋଷାକ ପିନ୍ଧି ବ୍ୟକ୍ତି ଜଣକ ମଦ, ଗଞ୍ଜେଇ ଏବଂ ଚରସ ଭଳି ନିଶା ବେପାରୀଙ୍କ କାରବାରରେ ସୁରକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ଷ୍ଟେସନରେ ଆଶ୍ରୟ ନେଇଥିବା ମହିଳା ଯାତ୍ରୀଙ୍କ ଉପରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ, ଆଶ୍ରୟ ନେଉଥିବା ଯାତ୍ରୀମାନଙ୍କଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ସବୁଠାରୁ ବଡ଼କଥା ଏହି ନକଲି ଆର୍‌ପିଏଫ୍‌କୁ ଏଠାରେ ଡ୍ୟୁଟିକରୁଥିବା ଥିବା ଅସଲି ଆର୍‌ପିଏଫମାନେ ଜାଣିଶୁଣି ସୁଯୋଗ ଦେଇ ବଟି ନେଇ ଅରାମରେ ଶୋଇପଡ଼ୁଥିବା ଅଭିଯୋଗ ହୋଇଛି । ଏହି ନକଲି ଆର୍‌ପିଏଫ ଜଣକ ‘ଦିଲ୍ଲୀପ’ ନାମରେ ଜଣାଶୁଣା ଏବଂ ରାତି ୧୦ଟା ପରେ ସେ ଦୈନିକ ବାଘାଯତୀନ ଟ୍ରେନ୍‌ରେ ପହଞ୍ଚୁଥିବା ବେଳେ ରାତି ୩/୪ଟାରେ ଜଗନ୍ନାଥ ଏକ୍ସପ୍ରେସରେ ଫେରିଯାଉଥିବା ଏଠାରୁ ନିୟମିତ ଯାତ୍ରା କରୁଥିବା ଲୋକମାନଙ୍କ ଠାରୁ ଜଣାଯାଇଛି । ଏହି ଆର୍‌ପିଏଫ୍ ପୋଷାକଧରୀ ବ୍ୟକ୍ତି ଜଣକ ପହଞ୍ôଚବା ପରେ ଅସଲି ଆର୍‌ପିଏଫମାନେ ଖାଇପିଇ ଆରାମରେ ଶୋଇପଡ଼ୁଛନ୍ତି । ଏହି ସମୟରେ ବେଲଦାରୁ ଆସୁଥିବା ଚୋରା ମଦକୁ ବିତରଣରେ ସହଯୋଗ କରିବା ସହିତ ଗଞ୍ଜେଇ ଏବଂ ଚରସ ବେପାରୀମାନଙ୍କୁ ଏହି ନକଲି ଜଣକ ସହଯୋଗ କରି କାରବାର ଚଳାଇଚାଲିଛି । ଏ ସଂପର୍କରେ କେହି ଅଭିଯୋଗ କଲେ ଅସଲି ଆର୍‌ପିଏଫମାନେ ବାହାରି ମାଡ଼ ମାରିବା ସହିତ କେଶ କରିବାର ଧମକ ଚମକ ଦେଇ ଚୁପ୍ କରିଦେଉଛନ୍ତି । କିଛିଦିନ ପୂର୍ବରୁ ଜଣେ ଅସହାୟା ମହିଳାଙ୍କୁ ଏହି ନକଲି ଆର୍‌ପିଏଫ ଦିଲ୍ଲୀପ ଅସଦବ୍ୟବହାର କରିବା ସହିତ ମାଡ଼ମାରି ଖଣ୍ଡିଆଖାବରା କରିଦେଇଥିବା ଦେତ୍କବାକୁ ମିଳିଥିଲା । ଏ ସଂପର୍କରେ ଷ୍ଟେସନ କର୍ତ୍ତୃପକ୍ଷ ଜାଣିବା ପରେ ବି ଚୁପ୍ ରହିଥିଲେ । ନକଲି ଜଣକ ସହଯୋଗରେ ଖୋଲା ପଡ଼ିଥିବା ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ନିର୍ବିଘ୍ନରେ ଏହି ନିଶାବେପାର ଚାଲିଥିବା ବେଳେ ଷ୍ଟେସନ କର୍ତ୍ତୃପକ୍ଷ ଜାଣିଶୁଣି କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଏହି ନକଲି ଆର୍‌ପିଏଫ ଦିଲ୍ଲୀପର ବାଲେଶ୍ୱର କିମ୍ବା ହଳଦୀପଦାର ବୋଲି ଜଣାଯାଇଛି । ଏ ସଂପର୍କରେ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବା ପାଇଁ ସ୍ଥାନୀୟ ଲୋକେ ଏବଂ ଯାତ୍ରୀମାନେ ଦାବି କରିଛନ୍ତି ।
Leave A Reply