ରଣପୁର…. ଓଡିଶା ରାଜ୍ୟ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ଅନୁମୋଦନ କ୍ରମେ ସାରା ରାଜ୍ୟ ର 36 ଟି ସାଙ୍ଗଠନିକ ସଭାପତି ପଦବି ପାଇଁ ନୂତନ ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରାଯାଇଛି… ଏହି କ୍ରମେ ନୟାଗଡ ଜିଲ୍ଲା ବିଜେପି ସଭାପତି ଭାବେ ରଣପୁର ବ୍ଲକ କନ୍ଧନୟାଗଡ ପଞ୍ଚାୟତ ର ତାପସ ରଞ୍ଜନ ମାର୍ଥା ଙ୍କୁ ନୟାଗଡ ଜିଲ୍ଲା ସାଙ୍ଗଠନିକ ସଭାପତି ଭାବେ ଚୟନ କରାଯାଇଛି ଯାହାକୁ ନେଇ ରଣପୁର ବ୍ଲକ ଅଞ୍ଚଳ ର ବିଜେପି ଦଳୀୟ କର୍ମୀ ଓ ନେତା ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି. ଏହା ପୂର୍ବରୁ ଲାଲା ମନୋଜ ରାୟ ଏହି ପଦବୀ ରେ ରହି ଥିବା ବେଳେ ତାଙ୍କ ସ୍ଥାନରେ ତାପସ ଙ୍କୁ ନୂତନ ଭାବେ ଅବସ୍ଥାପିତ କରାଯାଇଛି.. ଯାହାକୁ ନେଇ ସୋମବାର ସାନ୍ଧ୍ୟ ରେ ରାଜ୍ୟ ସଭାପତି ଙ୍କ ତରଫରୁ ପ୍ରେସ ରିଲିଜ କରାଯାଇ ସୂଚନା ଦିଆ ଯାଇଛି . ତେବେ ତାପସ ଦୀର୍ଘ ଦିନ ଧରି ଭାରତୀୟ ଜନତା ପାର୍ଟି ର ସଦସ୍ୟ ରହି ଦଳ ସାଙ୍ଗଠନିକ ସଦୃଢ଼ ପାଇଁ କାର୍ଯ୍ୟ କରିଆସୁଥିଲେ ଏବଂ ତାଙ୍କ ସହ ନିର୍ମଳା ବେହେରା ରଣପୁର ଭାରତୀୟ ଜନତା ପାର୍ଟି ତରଫରୁ ରଣପୁର ବ୍ଲକ ଅଧକ୍ଷ ପଦବୀ ରେ ଅବସ୍ଥାପିତ ଅଛନ୍ତି ତେବେ ତାପସ ଜିଲ୍ଲା ବିଜେପି ସଭାପତି ରୂପେ ଚୟନ ହେବା ଜାଣିବା ପରେ ତାଙ୍କ ପାଖ କୁ ଶୁଭେଚ୍ଛା ର ସୁଅ ଛୁଟିଥିବା ଜଣାପଡ଼ିଛି