Odisha news

ସ୍ନାନ ରତ ମହିଳାଙ୍କୁ ଛୁରୀ ଦେଖାଇ ଅସଦାଚରଣ ଅଭିଯୋଗ 

0
ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା  ଅନ୍ତର୍ଗତ ସାଣ୍ଢରା ଶାସନ ପଞ୍ଚାୟତର  ଏକ ଗ୍ରାମରେ ଆଜି  ଭୋର ସମୟରେ ସ୍ନାନ କରୁଥିବା ଜନୈକା ମହିଳାଙ୍କୁ  ଜନୈକ  ନାବାଳକ  ଛୁରୀ ଦେଖାଇ ମହିଳାଙ୍କୁ ଅସଦାଚରଣ କରିଥିଲେ ବୋଲି  ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ  23 ବର୍ଷ ବୟସ୍କା ମହିଳା ଜଣକ  ଆଜି  ଭୋର ସାଢେ 4 ଟା ସମୟରେ ନିଜ ଘର ବାରିପଟେ ନଳ କୂପ ନିକଟରେ ସ୍ନାନ କରୁଥିବା ବେଳେ ପଡୋଶୀ ଘରର ଜନୈକ ନାବାଳକ   ସେଠାରେ ପହଞ୍ଚି ଛୁରୀ ଦେଖାଇ ଭୟଭୀତ କରି  ଅସଦାଚରଣ କରିଥିଲେ । ମହିଳା ଜଣକ  ଏହାର ବିରୋଧ କରିବା ସହ ଜୋରରେ ଡାକ ପକାଇଥିଲେ । ତାଙ୍କ ଡାକ ଶୁଣି ତାଙ୍କ ବୋଉ ଙ୍କ ସହ ଅନ୍ୟ ଜଣେ ପଡୋଶୀ  ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରି ସତ୍ୟବାଦୀ ଥାନା କୁ ଖବର ଦେଇଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ  ନାବାଳକଙ୍କୁ  ଆଣି ତଦନ୍ତ କରୁଥିବା ବେଳେ  ପୀଡିତା ଙ୍କ ଅଭିଯୋଗ କୁ ଭିତ୍ତି  କରି  354 ଦଫାରେ ଏକ ମୋକଦ୍ଦମା ରୁଜୁ କରାଯାଇଛି ଓ ମୋକଦ୍ଦମା ନମ୍ବର   ୩୫୫/୨୩  ବୋଲି ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ  ଜଣେ 17 ବର୍ଷ ବୟସ୍କ ନାବାଳକ ବୋଲି ଜଣା ପଡିଛି । ପୂର୍ବରୁ ଉଭୟ ପରିବାର ମଧ୍ୟରେ ପାରିବାରିକ ବିବାଦ ରହିଅଛି ବୋଲି ସତ୍ୟବାଦୀ ପୋଲିସ ସୂତ୍ରରୁ ଜଣା ପଡିଛି l
Nalco
Leave A Reply