ବ୍ରହ୍ମପୁର ୯/୯- ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତବର୍ଷର ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଦୌରା ଜଜ୍ ତଥା ଜିଲା ଆଇନସେବା ପ୍ରାଧିକରଣ ଅଧକ୍ଷ ରୂପଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ୪ଟି ବେଞ୍ଚରେ ମୋଟ ୧୪୪୫ ଗୋଟି ବିଭିନ୍ନପ୍ରକାର ମାମଲା ସମାଧାନ କରାଯାଇ ୮କୋଟି ୫୬ ଲକ୍ଷ ୬୬ହଜାର ୬୨୭ ଟଙ୍କା ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ବ୍ରହ୍ମପୁର ସ୍ଥିତ ଜିଲା ଅଦାଲତ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ୧୦୭ ଗୋଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ବୁଝବଣା ମାଧ୍ୟମରେ ସମାଧାନ କରାଯାଇ କ୍ଷତିପୂରଣ ବବାଦକୁ ୫ କୋଟି ୮୩ ଲକ୍ଷ ୪୬ ହାଜର ଟଙ୍କା ପ୍ରଦାନ ପାଇଁ ବିଭିନ୍ନ ବୀମା କମ୍ପାନୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଏଠାରେ ୪୫ ଟି ଚେକ ବାଉନ୍ସ ମାମଲାର ବିଚାରଣା କରାଯାଇ ୩୭ ଲକ୍ଷ ୩୬ ହଜାର ୯୨୬ ଟଙ୍କା ପୁନଃରୁଦ୍ଧାର କରାଯାଇଥିଲା ।ଲୋକ ଅଦାଲତରେ ୮୧୮ଗୋଟି ଅନ୍ୟାନ୍ୟ ଫୌଜଦାରୀ ମାମଲାର ଆପୋସ ବୁଝାବଣା କରାଯାଇଛି। ସେହିପରି ୨୮ଟି ବିବାହ ସମ୍ପର୍କିତ ମାମଲାର ଆପୋସ ବୁଝାବଣା କରାଯାଇଥିଲା ।ଏହି ଦମ୍ପତିମାନେ ପୁଣି ଥରେ ନିଜର ବୈବାହିକ ଜୀବନ ସୁଚାରରୂପେ ନିର୍ବାହ ପାଇଁ ରାଜି ହୋଇଥିଲେ ।୨୩୫ ଗୋଟି ବ୍ୟାଙ୍କ ଲିଟିଗେସନ କେସର ସମାଧାନ ହୋଇ ୨କୋଟି ୧୪ଲକ୍ଷ ୫୬ ହଜାର ୯୪୬ ଟଙ୍କା ଆଦାୟ କରାଯାଇଛି। ସେହିପରି ଅନ୍ୟାନ୍ୟ ୯୦ ଗୋଟି ଦେୱାନୀ ମାମଲାର ସମାଧାନ ହୋଇ ୨ଲକ୍ଷ ୭୪ ହଜାର ୦୪୩ ଟଙ୍କା ଆଦାୟ କରାଯାଇଛି।ସେହିପରି ୩୪ ଗୋଟି କ୍ରିମିନାଲ କମ୍ପାଉଣ୍ଡବେଲ କେସର ସମାଧାନ କରାଯାଇଛି।ଲୋକ ଅଦାଲତରେ ଜିଲା ଜଜ ରୂପଶ୍ରୀ ଚୌଧୁରୀ, ଦ୍ବିତୀୟ ଏମଏସିଟି ରାମଶଙ୍କର ହୋତା, ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡା. ଇନ୍ଦୁ ଶର୍ମା, ଏଡିଜେ-୨ ଆୟୁସ୍ମନ ମହନ୍ତ ,ଏଡିଜେ- ୩ ରାଜ କୁମାର ଦାଶ ,ସିଭିଲ ରେଜିଷ୍ଟର ସୁଶାନ୍ତ କୁମାର ମିଶ୍ର ମୋଟର ଦୁର୍ଘଟଣା ମାମଲାର ସମାଧାନ ଅଂଶ ଗ୍ରହଣ କରିଥିଲେ। ଡ଼ିଏଲଏସଏ ସଚିବ ଦେବଶ୍ରୀ ସାହୁ ଏହାକୁ ପରିଚାଳନା କରିଥିଲେ। ଏଥିରେ ଜିଲା ଜଜ କୋର୍ଟର ସମସ୍ତ ବିଚାରପତି ଏବଂ ଆଇନଜୀବୀ ଅଂଶ ଗ୍ରହଣ କରିଥିଲେ।
