ଭଞ୍ଜନଗର – ଭକ୍ତ ଓ ଭଗବାନ ସର୍ବତ ବିଦ୍ୟମାନ | ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ହିନ୍ଦୁ ମାନଙ୍କ ପାଇଁ ଏହା ଏକ ବଡ ପର୍ବ ହୋଇଥାଏ | ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ | ଆଜିର ଏହିଦିନରେ ପୁରୀ ଶ୍ରୀ ମନ୍ଦିର ହେଉ କିମ୍ବା ରାଜଧାନୀର ଇସ୍କନ ମନ୍ଦିର ,ସହର ଠାରୁ ଗାଁ ସମସ୍ତ ମନ୍ଦିରରେ ଭକ୍ତମୟ ପରିବେଶ ଦେଖିବାକୁ ମିଳିଥାଏ | ଉତ୍ସବ ମୁଖୁର ହୋଇପଡେ ଓଡ଼ିଶାର ପୁରପଲ୍ଲୀ | ଜନ୍ମାଷ୍ଟମୀ ଉପଲକ୍ଷେ ମନ୍ଦିର ,ମଠ ଓ ଘରେ ଏହି ଉତ୍ସବ ପାଳନ କରାଯାଇଥାଏ | ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ ରହିଥାଏ | ଏଥିସହ ଛୋଟ ପିଲା ମାନେ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରିଥାନ୍ତି | ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଛୋଟ ପିଲାମାନଙ୍କୁ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ସେଠାରେ ବାଳ କୃଷ୍ଣମୟ ପରିବେଶ ସୃଷ୍ଟି କରାଯାଇଥାଏ | ଏହି ପରମ୍ପରାକୁ ପ୍ରତିବର୍ଷ ଭଞ୍ଜନଗର ଡିଏଭି ପିଟି.ଏସ. ଆର ପବ୍ଲିକ୍ ସ୍କୁଲ ପରିସରରେ‘ଜନ୍ମାଷ୍ଟମୀ’ଉତ୍ସବ ପାଳିନ କରାଯାଉଅଛି । ଆଜିର ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଲ କେ ଜି ଶ୍ରେଣୀଠାରୁ ଆରମ୍ଭ କରି ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ବିଭିନ୍ନ ତଥା ରାଧା ଓ କୃଷ୍ଣବେଶ ଧାରଣ କରି ଆସିଥିଲେ । ଏଥିରେ କୁନି ଛାତ୍ର ନୀତିଶ କୁମାର ପାଳଙ୍କ କୃଷ୍ଣ ବେଶ ଅତି ସୁନ୍ଦର ରହିଥିଲା | ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଧରିତ୍ରୀବାଳା ପଣ୍ଡା ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ପ୍ରଧାନଶିକ୍ଷକ ଏହି ପର୍ବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅତି ସୁନ୍ଦର ଭାବରେ କୁନି କୁନି ପିଲାଙ୍କୁ ବୁଝାଇଥିଲେ ଶିକ୍ଷାର୍ଥୀଙ୍କଦ୍ଵାରା ବିଭିନ୍ନ ନାଚ ସଙ୍ଗୀତର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନାଚି ହସଖୁସିରେ ମିଠା ଖାଇ ଗୃହକୁ ଫେରିଥିଲେ ।ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ମନୋରଞ୍ଜନ ଭିତ୍ତିକ ହୋଇପାରିଥିଲା ।