Odisha news

ଝରକା ତାଡି ଚୋର ଲୁଟିନେଲେ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର

0
ନିରାକାରପୁର, ୪/୯: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ କାଶିପୁର ଗ୍ରାମର ଜଣଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଝରକା ତାଡି ଘର ଆଲାମିରରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରୀ କରି ନେଇଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଖବର ପାଇ ଅନୁସନ୍ଧାନ ଜାରି ରଖିଛି। ସୂଚନା ଯୋଗ୍ୟ କି ରବିବାର ବିଳମ୍ବିତ ରାତିରେ କାଶିପୁର ଫକୀର ଚରଣ ସାହୁ ଓ ତାଙ୍କ ପରିବାର ଲୋକେ ଶୋଇ ଥିବାବେଳେ କିଛି ଦୁର୍ବୃତ ଆସି ପ୍ରଥମେ ବାଡ଼ି ପଛ ପାଖ ଦୁଆର ବାହାର ପଟୁ ବନ୍ଦ କରି ଘରର ଏକ ଝରକା ରୁ ଗ୍ରିଲ୍ ତାଡି ଦେଇ ଘରେ ପ୍ରବେଶ କରିଥିଲେ। ପରେ ଉକ୍ତ ଘରେ ଥିବା ଆଲମାରୀ ଚାବି ଭାଙ୍ଗି ସେଥିରେ ଥିବା ଗୋଟିଏ ସୁନା ହାର, ଚେନ୍ ୪ଟା, ମୁଦି ୮ ଟା, ହାତ ଘଂଟା ୨ଟା ଓ କାନ ଫୁଲ ୪ ହଳ , ଗୋଟିଏ ବ୍ରେସଲେଟ ନେଇ ପଳାଇଥିଲେ। ପରେ ସକାଳୁ ଫକୀର ଚରଣ ସାହୁ ଙ୍କ ପରିବାର ଲୋକେ ଶୌଚ ହେବାପାଇଁ ବାଡ଼ି ପଟର ଦୁଆର ଖୋଲିବାକୁ ଚେଷ୍ଟା କରିଥିଲେ ବି ଖୋଲି ନ ଥିଲା। ବାହାର ପଟ କୁ ଯାଇ ଦୁଆର ଖୋଲିବା ସହିତ ଝରକା ଭଙ୍ଗା ହୋଇଥିବା ଦେଖି ପୋଲିସ କୁ ଜଣାଇଥିଲେ। ପୋଲିସ ସାଇଣ୍ଟିଫିକ ସହିତ ଘଟଣାସ୍ଥଳକୁ ଆସି ଅନୁସନ୍ଧାନ କରିଛନ୍ତି। ପ୍ରକାଶ ଥାଉ କି ମାସେ ତଳେ ଏହିପରି ଆଉ ଏକ ସିନ୍ଧି ଚୋରୀ ଘଟଣା ନିରାକାରପୁର ସାହିରେ ଘଟିଥିଲା। ଏହି ଚୋର ମାନଙ୍କ ସହିତ ନିଶ୍ଚିତ କେହି ସ୍ଥାନୀୟ ଚୋର ରହୁଥିବା ସନ୍ଦେହ ସ୍ତୃଷ୍ଟି କରୁଛି
Leave A Reply