Odisha news

ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଆମେରିକା ଯାତ୍ରା କାହିଁକି ଐତିହାସିକ ଅଟେ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ଆମନ୍ତ୍ରଣ କ୍ରମେ ୨୧ରୁ ୨୪ ଜୁନ ପର୍ଯ୍ୟନ୍ତ ଆମେରିକାରେ ରହିବେ l ଏହା ତାଙ୍କର ପ୍ରଥମ ରାଜକୀୟ ଯାତ୍ରା ଅଟେ l ଏହା ଗୋଟିଏ ଦୁର୍ଲଭ ଅବସର ଅଟେ, ଯେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାର୍ଷ୍ଟ ଲେଡି ଜିଲ ବାଇଡେନ ମଧ୍ୟ ୨୨ ଜୁନ ରେ ୱାସିଙ୍ଗଟନ ଡିସି ର ହ୍ୱାଇଟ ହାଉସ ରେ ୱେଇତିହାସିକ ‘ଷ୍ଟେଟ ଡିନର ‘ ରେ ତାଙ୍କ ସହିତ ଉପସ୍ଥିତ ରହିବେ l ଏହାକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଏହି ଯାତ୍ରାକୁ ମୋଦୀ ଙ୍କର ରାଜକୀୟ ଯାତ୍ରା ବୋଲି କାହିଁକି କୁହାଯାଉଛି ?

ଯେତେବେଳେ ଆମେରିକା ରାଷ୍ଟ୍ରପତି ଦୁନିଆର କୌଣସି ନେତାଙ୍କୁ ନିଜେ ନିମନ୍ତ୍ରଣ କରି ଥାଆନ୍ତି, ବିଶେଷ ଭାବରେ ତାଙ୍କର ହ୍ୱାଇଟ ହାଉସ ରେ ଅଫିସିଆଲ ୱେଲକମ କରାଯାଇ ଥାଏ, ସେତେବେଳେ ତାହାକୁ ଷ୍ଟେଟ ଭିଜିଟ କୁହାଯାଇ ଥାଏ l ‘ ଷ୍ଟେଟ ଭିଜିଟ ‘ ପ୍ରକୃତ ଅର୍ଥ ହେଉଛି ରାଜକୀୟ ଯାତ୍ରା l ଏବଂ ଏହା ପ୍ରଧାନମନ୍ତ୍ରୀ ମୋଦୀ ଙ୍କର ପ୍ରଥମ ରାଜକୀୟ ଯାତ୍ରା ଅଟେ l ୨୦୧୪ ରୁ ପ୍ରଧାନମନ୍ତ୍ରୀ ହେବ ପରେ ମୋଦୀ ୭ଥର ଆମେରିକା ଗସ୍ତ କରି ସାରିଲେଣି l

ଅନ୍ୟ ଯାତ୍ରା ତୁଳନାରେ ଏହି ଯାତ୍ରା ଖୁବ ଗୁରୁତ୍ୱପୂର୍ଣ ଅଟେ –
ରାଜକୀୟ ଯାତ୍ରା କୁ ଦୁଇ ଦେଶ ର ମୈତ୍ରୀ ପୁର୍ଣ ଦ୍ୱିପାକ୍ଷିକ ସମ୍ବନ୍ଧ କୁ ଉଚତ୍ତମ ଅଭିବ୍ୟକ୍ତି ଭାବରେ ଗ୍ରହଣ କରାଯାଇ ଥାଏ l ଏଭଳି ଯାତ୍ରା କରିବାର ଅର୍ଥ ଅଟେ କି କୌଣସି ଦେଶ ର ରାଷ୍ଟ୍ର ମୁଖ୍ୟ ଙ୍କ ନିମନ୍ତ୍ରଣ ରକ୍ଷା କରି ସେହି ଦେଶ କୁ ଯାତ୍ରା କରିବା l ଏଭଳି ଯାତ୍ରାରେ ଖୁବ ଧୁମ ଧାମ ରେ କରାଯାଇ ଥାଏ l ଆମେରିକା ରାଜକୀୟ ଯାତ୍ରାରେ ଯାଉଥିବା ନେତା ମାନଙ୍କ ପାଇଁ ସେଠାକାର ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ରେ ସେଠାକାର ଫାଷ୍ଟ ଲେଡି ଙ୍କ ଦ୍ୱାରା ରାତ୍ରୀ ଭୋଜି ର ଆୟୋଜନ କରାଯାଇ ଥାଏ l ଏହାକୁ ଷ୍ଟେଟ ଡିନର କୁହାଯାଇ ଥାଏ l

ଏହି କାର୍ଯ୍ୟକ୍ରମ ରେ ରାଜନାୟିକ ଉପହାର ର ଆଦାନପ୍ରଦାନ କରାଯାଇ ଥାଏ l ଆମେରିକା ରାଷ୍ଟ୍ରପତି ଙ୍କ ଗେଷ୍ଟ ହାଉସ ଯାହାକୁ ବ୍ଲେୟାର ହାଉସ କୁହାଯାଇ ଥାଏ ସେଠାରେ ରହବାର ବ୍ୟବସ୍ଥା ହୋଇଥାଏ l ଏହି କାର୍ଯ୍ୟକ୍ରମ ରେ ମୋଦି ଙ୍କୁ ୨୧ ତୋପ ର ସଲାମୀ ଦେଇ ଆରମ୍ଭ କରାଯିବ l

Leave A Reply