ଆୟୁର୍ବେଦ ହେଉଛି ଭାରତର ସବୁଠୁ ପୁରୁଣା ଚିକିତ୍ସା ପଦ୍ଧତି , ଯାହା ଆମକୁ ଅନେକ ପ୍ରକାର ଶାରୀରିକ ସମସ୍ୟା ଠାରୁ ଦୂରେଇ ରଖିଥାଏ l ଦିନ ସାରାର କଠିନ ପରିଶ୍ରମ ପରେ ଆମେ ସମସ୍ତେ ରାତିରେ ଟିକିଏ ଶାନ୍ତିରେ ଶୋଇବା ପାଇଁ ବିଛଣା କୁ ଯାଇଥାଉ l ଏହା ପୂର୍ବରୁ ଆମକୁ ନିଜର ଗୋଡ଼ ଧୋଇବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l କିନ୍ତୁ ଏହି ନିୟମଟି ପ୍ରାୟ ସମସ୍ତେ ମାନି ନଥାଆନ୍ତି , ଗୋଡ଼ ନଧୋଇ ଶୋଇବା ପାଇଁ ବିଛଣାକୁ ଚାଲି ଯାଆନ୍ତି l ଏପରି କରିବା ଦ୍ୱାରା ଆମ ଶରୀର ପ୍ରତି କ୍ଷତିକାରକ ହୋଇଥାଏ ବୋଲି ଆମେ ଜାଣି ନଥାଉ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ରାତିରେ ଶୋଇବା ପୂର୍ବରୁ ଗୋଡ଼ ଧୋଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ l
ଗୋଟିଏ ବ୍ୟକ୍ତିର ଗୋଡ଼ ହିଁ ମୁଖ୍ୟ ଅଙ୍ଗ ଯାହାକି ସର୍ବାଙ୍ଗ ଶରୀରର ଭାରକୁ ଉଠାଇଥାଏ l ଯେଉଁ କାରଣରୁ ଗୋଡ଼ରେ ପବନ ଅଟକିବା, ଯନ୍ତ୍ରଣା ଇତ୍ୟାଦି ହୋଇଥାଏ l ଯଦି ଆପଣ ଏଭଳି କିଛି ସମସ୍ୟାକୁ ସମୁଖୀନ କରୁଛନ୍ତି ତେବେ ଆୟୁର୍ବେଦ ର ନିୟମ ଅନୁସାରେ ରାତିରେ ନିହାତି ଗୋଡ଼ ଧୋଇ ଶୋଇବା ଜରୁରୀ l
* ଯେଉଁ ଲୋକଙ୍କ ଗୋଡ଼ରୁ ଅଧିକ ଝାଳ ବାହାରିଥାଏ ତାହାକୁ ହାଇପରହାଇଡ୍ରସିମ କୁହାଯାଇ ଥାଏ l ଏଭଳି ବ୍ୟକ୍ତି ରାତିରେ ନିହାତି ଗୋଡ଼ ଧୋଇ ଶୋଇବା ଜରୁରୀ l ଏହାଦ୍ୱାରା ପାଦ ରେ କୀଟାଣୁ ଦୂରେଇ ଯାଇଥାଏ ଓ ଝାଳ ବାହାରିବା କମିଯାଇ ଥାଏ l
* ବ୍ୟସ୍ତବହୁଳ ଜୀବନ କାରଣରୁ ଆମେ ଦିନସାରା କିଛି ନା କିଛି କାର୍ଯ୍ୟରେ ବ୍ୟସ୍ତ ରହିଥାଉ l ଯେଉଁ କାରଣରୁ ମାଂସପେଶୀ ଓ ହାଡ଼ରେ ଯନ୍ତ୍ରଣା ଅନୁଭବ କରିଥାଉ l ତେଣୁ ରାତିରେ ଗୋଡ଼ ଧୋଇ ଶୋଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହିଥାଏ ଓ ଏହିସବୁ ଯନ୍ତ୍ରଣା ରୁ ଆରାମ ମିଳିଥାଏ l ଆୟୁର୍ବେଦ ଅନୁସାରେ ରାତିରେ ଗୋଡ଼ ଧୋଇ ଶୋଇବା ଦ୍ୱାରା ମଣିଷ ର ଷ୍ଟ୍ରେସ ଲେବୁଲ ହ୍ରାସ ହୋଇ ଭଲ ନିଦ ହୋଇଥାଏ l
* ଯେଉଁ ଲୋକ ମାନଙ୍କୁ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଗରମ ଲାଗିଥାଏ ସେମାନେ ରାତିରେ ଗୋଡ଼ ଧୋଇ ଶୋଇବା ଦ୍ୱାରା ଶରୀରର ଟେମ୍ପରେଚର ବାଲାନ୍ସ ହୋଇଥାଏ ଓ ଭଲ ନିଦ ହୋଇଥାଏ l ଏହାଛଡା ଦିନ ସାରା ଜୋତା ପିନ୍ଧି ପାଦରୁ ଆସୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ l
ପାଦ ଧୋଇବା ପାଇଁ ଆପଣ ଉଷୁମ ପାଣିରେ ସାମାନ୍ୟ ଲେମ୍ବୁ ଓ ଲୁଣ ପକାଇ ପଦାକୁ ୧୫ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ l ଏହାପରେ ପାଦକୁ ପୋଛି ନିଅନ୍ତୁ l ଏଭଳି ନିୟମିତ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଠିକ ରହିଥାଏ ଏବଂ ଭଲ ନିଦ ଆସିଥାଏ l