ବୈଜ୍ଞାନିକ ମାନଙ୍କ ଖୁଲାସା : ଡାଇନୋସର ଭଳି ବିଲୁପ୍ତ ହୋଇଯିବ ମନୁଷ୍ୟ ଜାତି, ପୁରୁଷ ଙ୍କ ନିକଟରେ ହ୍ରାସ ହେଉଛି Y କ୍ରୋମଜମ
ଏହି ପୃଥିବୀ ପୃଷ୍ଠରୁ ଅନେକ ଜୀବ ଆଜି ପର୍ଯ୍ୟନ୍ତ ବିଲୁପ୍ତ ହୋଇ ସାରିଛନ୍ତି ଏହା ଆମେ ଇତିହାସ ପୃଷ୍ଠାରେ ପଢି ଜାଣିଛୁ , ଅର୍ଥାତ ଅଜାକୁ ୨ଶହ କିମ୍ବା ୪ଶହ ବର୍ଷ ପୂର୍ବେ ଯେଉଁ ଜୀବ ଏହି ପୃଥିବୀ ପୃଷ୍ଠାରେ ଥିଲେ ସେମାନେ ଆଜି ବିଲୁପ୍ତ ହୋଇ ସାରିଛନ୍ତି l ସେହିଭଳି ଭାବରେ ମଣିଷ ମାନେ ମଧ୍ୟ ବିଲୁପ୍ତ ହେବ ସ୍ଥିତିରେ ପହଞ୍ଚିଛନ୍ତି ବୋଲି ବୈଜ୍ଞାନିକ ମାନେ ସତର୍କ କରିଛନ୍ତି l ଏହା ପଛରେ ବୈଜ୍ଞାନିକ ମାନେ ଅନେକ ତଥ୍ୟ ଦେଇଛନ୍ତି l
ବିଶେଷ ଭାବରେ ମଣିଷ ଯେତେବେଳେ ଛୁଆ ଜନ୍ମ କରିଥାଏ ସେତେବେଳେ ୨ଟି କ୍ରୋମଜମ ର ଆବଶ୍ୟକତା ପଡିଥାଏ l ପୁରୁଷ ମାନଙ୍କ ନିକଟରେ ଉଭୟ ୨ଟି କ୍ରୋମଜମ ରହି ଥାଆନ୍ତି l ତାହା ହେଲା X ଓ Y କ୍ରୋମଜମ l ପିଲାର ଲିଙ୍ଗ ନିର୍ଧାରଣ କରିବା ପାଇଁ Y କ୍ରୋମଜମ ର ଗୁରୁ ଦାୟିତ୍ୱ ରହିଥାଏ, ଯାହାକି କେବଳ ପୁରୁଷ ମାନଙ୍କ ନିକଟରେ ମିଳିଥାଏ l କିନ୍ତୁ ବର୍ତମାନ ଏହି Y କ୍ରୋମଜମ ପୁରୁଷ ମାନଙ୍କ ନିକଟରୁ ହ୍ରାସ ହେବାରେ ଲାଗିଛି l ଅର୍ଥାତ ଏହା ଧୀରେ ଧୀରେ ଗାୟବ ହେବା ସ୍ଥିତିକୁ ଆସି ଯାଇଛି l ମହିଳା ମାନଙ୍କ ନିକଟରେ କେବଳ X କ୍ରୋମଜମ ଥାଏ l
କଣ ରହିଛି ଏହା ପଛର କାରଣ –
ସାଇନ୍ସ ଆଲର୍ଟ ରେ ଛପା ଯାଇଥିବା ଖବର ଅନୁସାରେ Y କ୍ରୋମଜମ କିଛି ବର୍ଷ ପରେ ସମ୍ପୂର୍ଣ ଅପସରି ଯିବ l ଯଦି ଏଭଳି ହେଲା ତେବେ ରିପ୍ରଡକ୍ସନ ପାଇଁ ପୁରୁଷ ମାନଙ୍କ ସ୍ପର୍ମ ର କୌଣସି ମୂଲ୍ୟ ଆଉ ରହିବ ନାହିଁ l ଏହାପରେ ମାନବ ସଭ୍ୟତା ଧୀରେ ଧୀରେ ବିଲୁପ୍ତ ହୋଇଯିବ l ନଚେତ ମଣିଷ କୁ ଅନ୍ୟ ଗୋଟିଏ ନୂଆ ଲିଙ୍ଗ ନିର୍ଧାରଣ ଜିନ ର ବିକାଶ କରିବାକୁ ପଡିବ l କିନ୍ତୁ ଏହା କେତେଦୂର କାର୍ଯ୍ୟ କରିବ ତାହା ଠିକ ନାହିଁ l
Y କ୍ରୋମଜମ କାର୍ଯ୍ୟ କିଭଳି କରିଥାଏ ?
ଗୋଟିଏ ନୂଆ ମାନବ ର ଲିଙ୍ଗ ନିର୍ଧାରଣ କରିବା ପାଇଁ X ଓ Y କ୍ରୋମଜମ ର ଆବଶ୍ୟକତା ପଡିଥାଏ l ଆମେ ସମସ୍ତେ ଜାଣିଛୁ ଯେ ମହିଳା ମାନଙ୍କ ନିକଟରେ ୨ଟି X କ୍ରୋମଜମ ରହିଥାଏ ଓ ପୁରୁଷ ମାନଙ୍କ ନିକଟରେ X ଓ Y କ୍ରୋମଜମ ରହିଥାଏ l ମହିଳାଙ୍କ X କ୍ରୋମଜାମ ସହିତ ପୁରୁଷ ଙ୍କ X କ୍ରୋମଜାମ ର ମିଳନ ହେଲେ ଝିଅ ଜନ୍ମ ହୋଇ ଥାଆନ୍ତି, କିନ୍ତୁ ପୁରୁଷ ଙ୍କ Y କ୍ରୋମଜମ ସହିତ ମହିଳାଙ୍କ X କ୍ରୋମଜମ ର ମିଳନ ହେଲେ ପୁଅ ଜନ୍ମ ନିଅନ୍ତି l କିନ୍ତୁ ଯଦି ପୁରୁଷ ଙ୍କ ନିକଟରେ ଯଦି ଏହି Y କ୍ରୋମଜମ ବିଲୁପ୍ତ ହୋଇଯିବ ତେବେ ପୁରୁଷ ଜାତି ର ବିଲୋପ ଘଟିବ l
ଏଥିପାଇଁ ଦାୟୀ ଏହିସବୁ କାରଣ -:
– ପୁରୁଷ ମାନଙ୍କ ନିକଟରେ Y କ୍ରୋମଜମ ବିଲୁପ୍ତ ହେବାର କିଛିଟା କାରଣ ରହିଛି –
– ଲାଇଫଷ୍ଟାଇଲ ରେ ପରିବର୍ତନ ହେଉଛି ମୁଖ୍ୟ କାରଣ
– ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ଗୋଟିଏ କାରଣ
– ରାତି ଅନିଦ୍ରା ହେବ ଦ୍ୱାରା ମଧ୍ୟ ପ୍ରଭାବିତ ହେଉଛି
– ଜଳବାୟୁ ପ୍ରଦୂଷଣ ମଧ୍ୟ ଗୋଟିଏ କାରଣ
– ଏହାଛଡା ମାନସିକ ଉତେଜନା ଓ ଚିନ୍ତା ଡିପ୍ରେସନ ମଧ୍ୟ କାରଣ
– ମାଦକ ଦ୍ରବ୍ୟ ଅଧିକ ସେବନ ମଧ୍ୟ ଅନ୍ୟ ଗୋଟିଏ କାରଣ
– ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ ମଧ୍ୟ ପ୍ରଭାବିତ କରୁଛି